Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଧିର ବିଧାନ: ଗୋଟିଏ ରାତିରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ-ସ୍ତ୍ରୀ

9/10/2020 at 1:28 PM

ସୋର୯/୧୦: ଆଗପଛ କରି କରୋନା ନେଇଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ। ସୋରରେ କରୋନା ଆକ୍ରାନ୍ତ ସ୍ବାମୀ-ସ୍ତ୍ରୀ ମାତ୍ର କେଇ ଘଣ୍ଟା ବ୍ୟବଧାନରେ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ। ବାଲେଶ୍ବର ସୋର ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟକ୍ତି , ଅବସରପ୍ରାପ୍ତ ଅଧ୍ୟକ୍ଷ, ସୁସାହିତ୍ୟିକ, ଡ. ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସ୍ତ୍ରୀ ଅରୁଣନ୍ଧତୀଙ୍କର ପରଲୋକ ହୋଇଯାଇଛି। ପୂର୍ଣ୍ଣଚନ୍ଦ୍ର ମଧୁମେହ ରୋଗରେ ପୀଡ଼ିତ ହୋଇ ଗତ ପେପ୍ଟେମ୍ବର ୧୭ ତାରିଖଠାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ପରବର୍ତ୍ତୀ ସମୟରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ସେହିପରି ତାଙ୍କ ସ୍ତ୍ରୀ ଅରୁନ୍ଧତୀ ପାଢ଼ୀ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ।

ଗତକାଲି ରାତି ୧୧ଟା ବେଳେ ପ୍ରଥମେ ଅରୁନ୍ଧୁତୀଙ୍କର ୫୯ ବୟସରେ କଟକ ନର୍ସିଂ ହୋମ୍‌ରେ ମୃତ୍ୟୁ ହୋଇଥିଲା । ରାତି ୪ଟା ସମୟରେ ଭୁବନେଶ୍ୱର ଏମ୍ସରେ ଡ. ପାଢ଼ୀଙ୍କର ୬୭ ବର୍ଷ ବୟସରେ ମୃତ୍ୟୁ ହୋଇଛି। ପୁଅ ପବିତ୍ର ଏବଂ ୨ ଝିଅ ଜ୍ୱାଇଁ ଓ ପରିବାର ଲୋକେ ସେମାନଙ୍କ ପାଖରେ ପହଁଂଚି ପାରି ନାହାଁନ୍ତି। କରୋନା କଟକଣା ଯୋଗୁଁ ଅରୁନ୍ଧତୀଙ୍କର କଟକ ଏବଂ ଭୁବନେଶ୍ୱରରେ ଡ.ପାଢ଼ୀଙ୍କର ଅନ୍ତିମ ସତ୍କାର କରାଯାଇଛି। ଏଭଳି ଏକ ଦୁଃଖଦ ମୃତ୍ୟୁର ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଡ.ପାଢ଼ୀ ସୋର ବ୍ଲକ ଅନନ୍ତପୁର ପାଞ୍ଚାୟତ କାନ୍ଥିଗଡ଼ିଆ ଗ୍ରାମରେ ୧୯୫୩ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୫ ମସିହାରେ ସୋର ହରିପୁର ଗ୍ରାମର ଚିନ୍ତାମଣି ମିଶ୍ରଙ୍କ ଝିଅ ଅରୁନ୍ଧୁତୀଙ୍କୁ ବିବାହ କରିଥିଲେ । ସେ ରୁପ୍‌ସା ନୀଳମଣି କଲେଜରୁ ଅଧ୍ୟାପନା ଆରମ୍ଭ କରି ବାସୁଦେବପୁର ଅଟଳ ବିହାରୀ କଲେଜ, ସୋର ୟୁଏନ୍ କଲେଜ ଓ ପରେ ମଙ୍ଗଳପୁର ଶ୍ରୀନିବାସ କଲେଜରେ ଅଧ୍ୟକ୍ଷ ଭାବେ ଅବସରଗ୍ରହଣ କରିଥିଲେ । ତାଙ୍କ ରଚିତ ଗବେଷଣା ଗ୍ରନ୍ଥ କବି ବ୍ରଜନାଥ ରଥଙ୍କ କାବ୍ୟବିଶ୍ୱ ପ୍ରବନ୍ଧ ଏବଂ କଥା ପୁସ୍ତକ ପ୍ରକାଶିତ ହୋଇସାରିଛି।  ତାଙ୍କ ରଚିତ କବିତା, ଗଳ୍ପ ଓ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ। ଅନ୍ୟ ଗଳ୍ପ ଓ କବିତା ପୁସ୍ତକ ପ୍ରକାଶ ଅପେକ୍ଷାରେ ରହିଛି। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଏବଂ ଠାକୁର ଶ୍ରୀ ଅନୁକୁଳଚନ୍ଦ୍ରଙ୍କ ଦୀକ୍ଷିତ ରୀତିକ ଏବଂ ସୋର ସତ୍‌ସଂଗର ସଭାପତି ଥିଲେ । ତାଙ୍କ ସ୍ତ୍ରୀ ଅରୁନ୍ଧତୀ ସୋର ସତ୍‌ସଙ୍ଗ ମାତୃ ମଳୀର ସଭାପତି ଥିଲେ।

   Related Posts