ଚୋରି ଧରାଇଲେ ବୋଲି ମାରିଦେଲେ: ସ୍ବାମୀ, ସ୍ତ୍ରୀଙ୍କ ସହ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା, ମିଳୁ ନାହିଁ ୮ ମାସର ପୁଅ

Published By : Prameya-News7 Bureau | March 10, 2020 IST

ତାମିଲନାଡୁ୧୦/୩: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ତିନିଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପରିବାରର ଜଣେ ୮ ବର୍ଷର ଶିଶୁପୁତ୍ରର ପତ୍ତା ଏପର୍ଯ୍ୟନ୍ତ ମିଳି ନାହିଁ। ତାମିଲନାଡୁର ସେମଲ ଜିଲ୍ଲା ଆଗ୍ରା ଥାନା ଅଞ୍ଚଳରେ ଥିବା ରାକେଶ ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୩୨ ବର୍ଷ ବୟସ୍କ ଆକାଶ  ଏବଂ ତାଙ୍କ ପତ୍ନୀ ଓ ଦାଦା ପୁଅ ଭାଇଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ଆଉ ଏକ କଥା ସମସ୍ତ ମନକୁ ଆନ୍ଦୋଳିତ କରିଛି। ତାହା ହେଉଛି ଆକାଶଙ୍କ ଆଠ ମାସ ପୁଅର ପତ୍ତା ମିଳି ନାହିଁ। ତେବେ ହତ୍ୟାର ସୂଚନା ପାଇବା ମାତ୍ରେ ମୃତକ ଆକାଶଙ୍କ ଭାଇ ଓ ବାପା ବିମାନ ଯୋଗେ ଗାଁରେ ପହଞ୍ଚିଛନ୍ତି।

{"id":236108,"sizeSlug":"large"}

ପୋଲିସ୍‌ ସୂଚନା ମୁତାବକ, ଦୀର୍ଘ ୫ ବର୍ଷ ହେବ ତାମିଲନାଡୁ ସେଲମ ଜିଲ୍ଲାରେ ଆକାଶ ନିଜ ପରିବାର ସହ ରହି ଆସୁଥିଲେ। ସେ ଯିବାର ୨/୩ ବର୍ଷ ପରେ ତାଙ୍କ ଦାଦା ପୁଅ ଭାଇକୁ ସାଙ୍ଗରେ ନେଇ ଯାଇଥିଲେ। ସୋମବାର ସକାଳ ୫ଟାରେ ଥାନାକୁ ଏକ ଫୋନ ଆସିଥିଲା। କିଛି ଦୁର୍ବୃତ୍ତ ଗୋଟିଏ ପରିବାର ତିନିଜଣଙ୍କୁ ପିଟିପିଟି ହତ୍ୟା କରିଥିବା ଫୋନ୍‌ରେ ସୂଚନା ଦେଇଥିଲେ। ଆକାଶଙ୍କ ବାପା ରାଜପାଲ କହିଛନ୍ତି, ତାଙ୍କ ପୁଅର କେହି ଶତ୍ରୁ ନଥିଲେ।ଯିଏ ଏଭଳି କାମ କରିଛି। ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ବୋଲି ରାଜପାଲ କହିଛନ୍ତି।

{"id":236110,"sizeSlug":"large"}

ଆକାଶ ରୂପା ପଟି କାରିଗର ଥିଲେ। ପରିବାରର ତିନିଜଣଙ୍କ ମୃତ୍ୟୁ ପରେ ସଂପର୍କୀୟମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆକାଶ କାମ କରୁଥିବା କାରଖାନାରେ ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଆକାଶଙ୍କ ମାଲିକଙ୍କ କହିଛନ୍ତି, କିଛି ଦିନ ତଳେ କାରଖାନାରେ ଚୋରି ହେଇଥିବା ସଂପର୍କରେ ଆକାଶ ତାଙ୍କୁ ସୂଚନା ଦେଇଥିଲେ। ରାନ୍‌ଜିଶ ନାମକ ଯୁବକ କାରଖାନାରେ ଚୋରି କରିଥିଲା। ତେଣୁ ସେହି ହତ୍ୟା କରିଥାଇ ପାରେ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରି କି ରନ୍‌ଜିଶ୍‌ର କଳାକାରନାମା ପଦାରେ ପଡିଯିବା ପରେ ଆକାଶଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲା। ପୋଲିସ୍‌ ଅନୁସନ୍ଧାନକାରୀ ଏବେ ଚୋରି ଅଭିଯୋଗରେ ଧରାପଡ଼ିଥିବା ରନ୍‌ଜିଶ୍‌ ଏବଂ ତାଙ୍କ ସାଥୀଙ୍କୁ ଥାନାରେ ଅଟକ ରଖି ପଚାରଉଚାର ଜାରି ରଖିଛି। ତାଙ୍କ ୮ ମାସ୍‌ର ପୁଅର ପତ୍ତା ମିଳି ନାହିଁ। ତିନିଜଣଙ୍କୁ ହତ୍ୟା କରିବା ପରେ ଶିଶୁଟିକୁ ଦୁର୍ବୃତ୍ତ କେଉଁଠି ନେଇ ରଖିଛନ୍ତି। ତାହାର ପତ୍ତା ଏପର୍ଯ୍ୟନ୍ତ ମିଳି ପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.