Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବାପ-ମାଆ ସହ ୪ ଛୁଆଙ୍କୁ ହାଣିଛନ୍ତି ଦୁର୍ବୃତ୍ତ, ପ୍ରାଥମିକ ଅନୁସନ୍ଧାନରୁ ସ୍ପଷ୍ଟ କଲା ପୋଲିସ୍: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ପରେ ଆଉ ଏକ ଭୟଙ୍କର ଗଣହତ୍ୟା

11/11/2020 at 5:36 PM

ବଲାଙ୍ଗୀର୧୧/୧୧: ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ପରେ ଆଉ ଏକ ଭୟଙ୍କର ଗଣହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗୋଟିଏ ପରିବାରର ବାପ-ମାଆ ସହ ୪ ଛୁଆଙ୍କୁ ହାଣିଛନ୍ତି ଦୁର୍ବୃତ୍ତ। ସ୍ବାମୀ-ସ୍ତ୍ରୀଙ୍କ ସମେତ ପୁଅ-ଝିଅ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ କିଏ ହତ୍ୟା କରିଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି।

ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅନୁମାନ କରାଯାଉଛି। କିଏ ଏବଂ କାହିଁକି ଗୋ​‌ଟିଏ ପରିବାର ସମସ୍ତଙ୍କୁ ନିର୍ମମ ହତ୍ୟା କରାଗଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ବଲାଙ୍ଗୀର ପାଟଣାଗଡର ମହୁଲପଡାରେ ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।

ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ୍ ଏବଂ ସାଇଣ୍ଟିଫିକ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏପରି କି ସନ୍ଧାନୀ କୁକୁର ଜରିଆରେ ପୋଲିସ୍‌ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଟାଙ୍ଗିଆ ଏବଂ ଧାରୁଅ ଅସ୍ତ୍ର ପୋଲିସ୍ ଜବତ କରିଛି। ଗୋଟେ ପରିବାର ବଂଶ ନିପାତ କିଏ କଲା, ତାହା ବି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସୂଚନାଥାଉକି ଏମାନେ ଛତିଶଗଡରୁ ଆସି ପାଟଣାଗଡରେ ମହୁ ବେପାର କରୁଥିଲେ। ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ତଦନ୍ତ  କରୁଛି ପୋଲିସ।

   Related Posts