ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଗୋତାବୟା ରାଜପକ୍ଷାଙ୍କ ବିଜୟରେ ପାକ୍ ଏତେ ଖୁସ୍ କାହିଁକି ?ଜାଣନ୍ତୁ କାରଣ

Published By : Prameya-News7 Bureau | November 18, 2019 IST

ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ସୋମବାର ଗୋତାବୟା ରାଜପକ୍ଷା ଶପଥପାଠ କରିଛନ୍ତି। ରାଜପକ୍ଷା ଦାୟିତ୍ୱ ଗ୍ରହଣ କରିବା ପରେ ପାକିସ୍ତାନ ପକ୍ଷରୁ ତାଙ୍କୁ ତତ୍କାଳ ଅଭିନନ୍ଦନ ଜ୍ଞାପନ କରାଯାଇଛି। ରାଜପକ୍ଷା ଦେଶର ରାଷ୍ଟ୍ରପତି ହେବା ଉଭୟ ପାକିସ୍ତାନ ଓ ଚୀନ ଲାଗି ଉତ୍ସାହପ୍ରଦ ଖବର। ଏଣୁ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲୱି ତାଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି।

{"id":186198,"sizeSlug":"large"}

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷାଙ୍କ କନିଷ୍ଠ ଭାଇ ହେଉଛନ୍ତି ଗୋତାବୟା। ଅତୀତରେ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ନିକଟରେ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ରନୀଲ ୱିକ୍ରମସିଂହେଙ୍କ ପାର୍ଟି ୟୁଏନପି ପ୍ରାର୍ଥୀ ସାଜିତ ପ୍ରେମଦାସାଙ୍କୁ ପରାଜିତ କରିଛନ୍ତି। ତେବେ ପଡ଼ୋଶୀ ଶ୍ରୀଲଙ୍କାର ପରିବର୍ତ୍ତିତ ରାଜନୈତିକ ଘଟଣାକ୍ରମ ଭାରତ ଲାଗି ଏତେଟା ଉତ୍ସାହପ୍ରଦ ନୁହେଁ। କାରଣ ରନିଲ ସିଂହେଙ୍କ ସହ ଭାରତର ଉତ୍ତମ ରାଜନୈତିକ ସମ୍ପର୍କ ରହିଛି। ଏଣୁ ଦଳର ପ୍ରାର୍ଥୀ ରାଷ୍ଟ୍ରପତି ବିଜୟୀ ହୁଅନ୍ତୁ ବୋଲି ଭାରତ ଚାହୁଁଥିଲା। ହେଲେ ଜନମତ ଦେଶର କ୍ଷମତାସୀନ ପାର୍ଟିର ବିପରୀତରେ ଯାଇଛି।

{"id":186199,"width":578,"height":324,"sizeSlug":"large"}

ସାଜିତ ପ୍ରେମଦାସା କେବଳ ଭାରତ ନୁହେଁ ପାଶ୍ଚାତ୍ୟ ଦେଶମାନଙ୍କର ମଧ୍ୟ ଜଣେ ଲୋକପ୍ରୀୟ ନେତା। ଏଣୁ ଉପମହାଦେଶରେ ଶ୍ରୀଲଙ୍କାର ପ୍ରଗତିକୁ ଭାରତ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରେମଦାସାଙ୍କୁ ସମର୍ଥନ କରୁଥିଲା। ତେବେ ପ୍ରେମଦାସା ଓ ତାଙ୍କ ଦଳ ପ୍ରଥମରୁ ହିଁ ପାକିସ୍ତାନ ଓ ଚୀନ ପ୍ରତି ନିରୁତ୍ସାହିତ ଥିଲେ। ପୂର୍ବ ଶାସକ ମହିନ୍ଦା ରାଜପକ୍ଷା ଚୀନ ସହଯୋଗରେ ଦେଶରେ ବିକାଶ ଯୋଜନା କରିଥିବା ବେଳେ ଏବେ ତାଙ୍କ ଭାଇ ମଧ୍ୟ ଚୀନ ଓ ପାକିସ୍ତାନ ପ୍ରତି ଉଦାର ରହିବା ନିଶ୍ଟିତ ବୁଝା ଯାଉଛି। ଯାହା ଦେଶରେ ସରକାରଙ୍କ ଲାଗି ଅସ୍ଥିରତାର କାରଣବି  ହୋଇପାରେ।

{"id":186200,"sizeSlug":"large"}

ରାଜପକ୍ଷା ପରିବାର ସହ ଭାରତର ସମ୍ପର୍କ ପୂର୍ବରୁ ବି ମଧୁର ନଥିଲା। ଏଣୁ ଦେଶରେ ଗୋତାବୟା ରାଷ୍ଟ୍ରପତି ନିର୍ବାଚିତ ହେବା ଭାରତ ଲାଗି ଝଟକା ବୋଲି ଏବେ ପାକିସ୍ତାନୀ ମିଡିଆରେ ଚର୍ଚ୍ଚା ହେଉଛି। ଶ୍ରୀଲଙ୍କାରେ ଦୀର୍ଘ ୨୬ ବର୍ଷ ଧରି ଗୃହଯୁଦ୍ଧ ଲାଗି ରହିଥିଲା। ତାମିଲ ବିଦ୍ରୋହୀଙ୍କ ଯୋଗୁ ଉପୁଜିଥିବା ପରିସ୍ଥିତିରୁ ମହିନ୍ଦା ରାଜପକ୍ଷା ଦେଶକୁ ମୁକାଳିଥିଲେ। ସେତେବେଳେ ଗୋତାବୟା ପ୍ରତିରକ୍ଷାମନ୍ତ୍ରୀ ଥିଲେ ଓ ତାମିଲମାନଙ୍କ ବିରୋଧରେ ପାକ୍ ର ସହାୟତା ଲୋଡିଥିଲେ। ପାକିସ୍ତାନ ବି ତାମିଲ ପ୍ରସଙ୍ଗରେ ଶ୍ରୀଲଙ୍କାକୁ ବେଶ୍ ସହଯୋଗ କରିଥିଲା। ଏଣୁ ରାଜପକ୍ଷାଙ୍କ ସମ୍ପର୍କ ପାକିସ୍ତାନ ସହ ସ୍ୱଭାବିକ ରହିବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.