ପ୍ରାଥମିକ ବିଦ୍ୟାଳୟରେ ଥିଲେ ଶିକ୍ଷକ, ବିଜେପି ଟିକେଟ୍‌ରେ ହେଲେ ସାଂସଦ, ଏବେ ମୋଦୀ କ୍ୟାବିନେଟ୍‌ରେ ଏଣ୍ଟ୍ରି

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୦୭।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ବିସ୍ତାରରେ  ଅନେକ ନୂତନ ଚେହେରା ସାମିଲ ହୋଇଛନ୍ତି। ଏହି ଚେହେରା ମଧ୍ୟରୁ ଜଣେ ହେଉଛନ୍ତି ପଶ୍ଚିମବଙ୍ଗର ରାଜବଂଶୀ ସମୁଦାୟର ନିଶିଥ ପ୍ରମାଣିକ। ପଶ୍ଚିମବଙ୍ଗର କୁଚ୍ ବିହାରି ଆସନରୁ ସାଂସଦ ନୀତୀଶ ପ୍ରମାଣିକ ଏହା ପୂର୍ବରୁ ଜଣେ ଶିକ୍ଷକ ଥିଲେ। ସେ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଶିକ୍ଷାଦାନ ଦେଇ ସାରିଛନ୍ତି। ୩୫ ବର୍ଷୀୟ ନିଶିଥ ପ୍ରମଣିକଙ୍କ ଶିକ୍ଷା ଯୋଗ୍ୟତା ହେଉଛି ବିସିଏ ଡିଗ୍ରୀ।

ନିଶିଥ ପ୍ରମାଣିକ ନିଜର ରାଜନୈତିକ ଜୀବନ ତୃଣମୂଳ କଂଗ୍ରେସରୁ ଆରମ୍ଭ କରିଥିଲେ। ଟିଏମସିରେ ତାଙ୍କ ପରିଚୟ ଜଣେ ଯୁବ ନେତାଙ୍କ ରୂପେ ଥିଲା। ୧୯୮୬ ଜାନୁଆରୀ ୧୭ରେ ଜନ୍ମଗ୍ରହଣ କରିଥିବା ନିଶିଥ ପ୍ରମାଣିକଙ୍କ ଛବି ଜଣେ ଶିକ୍ଷିତ ଯୁବ ନେତା ଭାବେ ରହି ଆସିଛି। କିନ୍ତୁ ତାଙ୍କ ଉପରେ ଅନେକ ଅପରାଧିକ ମୋକଦ୍ଦମା ମଧ୍ୟ ରହିଛି। ଦଳ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ପ୍ରମାଣିକ ୨୦୧୮ରେ ସେ ଟିଏମସି ସହ ସଂପର୍କ ଛିନ୍ନ କରିଥିଲେ।

{"id":477137,"sizeSlug":"large","linkDestination":"none"}

ଏପରିକି ପଞ୍ଚାୟତ ନିର୍ବାଚନରେ ପ୍ରମାଣିକ ତୃଣମୂଳ କଂଗ୍ରେସ ବିରୋଧରେ ପ୍ରାୟ ୩୦୦ରୁ ଅଧିକ ପ୍ରାର୍ଥୀଙ୍କୁ ମଇଦାନରେ ଓହ୍ଲାଇଥିଲେ। ଆଶ୍ଚର୍ଯ୍ୟର କଥା ଏଥିରୁ ଅନେକ ପ୍ରାର୍ଥୀ ନିର୍ବାଚନ ଜିତିଥିଲେ। ଦିନଦାହା ବିଧାନସଭା ଆସନରୁ ନିର୍ବାଚନ ଜିତି ନିଶିଥ ପ୍ରମାଣିକ ବିଧାୟକ ହୋଇଥିଲେ। ପଶ୍ଚିମବଙ୍ଗରେ ନିଜର ସାଂଗଠନିକ ସ୍ଥିତି ମଜବୁତ କରୁଥିବା ବିଜେପିର ନଜର ଯୁବ ନେତା ପ୍ରମାଣିକଙ୍କ ଉପରେ ପଡିଥିଲା।  ପ୍ରମାଣିକଙ୍କଠାରେ ବିଜେପି ଅନେକ ସମ୍ଭାବନା ଦେଖିଥିଲା। ଦଳ ଆଉ କାଳ ବିଳମ୍ବ ନକରି ୨୦୧୯ ଲୋକସଭା ନିର୍ବାଚନରେ ପ୍ରମାଣିକଙ୍କୁ ଟିକେଟ୍ ଦେଇଥିଲା।

ବିଜେପିରୁ ଟିକେଟ୍ ପାଇବା ପରେ ନିଶିଥ ପ୍ରମାଣିକ ନିଜକୁ ମଧ୍ୟ ସାବ୍ୟସ୍ତ କରିଥିଲେ। ତାଙ୍କୁ କୁଚବିହାର ପରି ଗୁରୁତ୍ଵପୂର୍ଣ୍ଣ ସଂସଦୀୟ କ୍ଷେତ୍ରର ଦାୟିତ୍ଵ ଦିଆଯାଇଥିଲା। ଏହି ଆସନ ଦିନ ଥିଲା ଟିଏମସିର ଗଢ ଥିଲା। ମାତ୍ର ପ୍ରମାଣିକ ନିଜ ଦମରେ ୨୦୧୯ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସର ଦମଦାର ପ୍ରାର୍ଥୀ ପରେଶ ଚନ୍ଦ୍ର ଅଧିକାରୀଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ। ଏହା ପରେ ବିଜେପି ମଧ୍ୟ ପ୍ରମାଣିକଙ୍କ ସାମର୍ଥ୍ୟ ଦେଖିଥିଲା। ଏବେ ମୋଦୀ କ୍ୟାବିନେଟ୍ ନୀତୀଶ ପ୍ରମାଣିକଙ୍କୁ ସ୍ଥାନ ମିଳିଛି। ଏହାର ଅର୍ଥ ପଶ୍ଚିମବଙ୍ଗରେ ବିଜେପି ଆହୁରି ସକ୍ରିୟ ହେବାକୁ ଚାହୁଁଛି। ସବୁଠୁ ବଡ କଥା କୁଚବିହାର ଆସନରୁ ପ୍ରଥମ ଥର କୌଣସି ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.