ମୃତ୍ୟୁର ଫାଶରୁ ଜୀବିତ ଉଦ୍ଧାର ! ଗ୍ରାମବାସୀଙ୍କ ଉଦ୍ୟମ ପ୍ରଶଂସନୀୟ

Published By : Prameya-News7 Bureau | November 16, 2019 IST

ଉଦ୍ଧାର ହେଲେ ଟାପୁରେ ଫସିଥିବା ମାଙ୍କଡ଼ । ସୁରକ୍ଷିତ ଭାବେ ଏମାନଙ୍କୁ ଉଦ୍ଧାର କଲା ବନ ବିଭାଗ । ଝାରସୁଗୁଡା ଡୁମେରମୁଣ୍ଡା ଗାଁ ନିକଟରେ ଥିବା ହୀରାକୁଦ ରିଜର୍ଭର ଭିତରେ ୩ ମାସରୁ ଅଧିକ ସମୟ ଧରି ଟାପୁରେ ଫସି ରହିଥିଲେ ୧୧ଟି ମାଙ୍କଡ଼ । ଉପରେ 33KV ବିଦ୍ୟୁତ ତା’ର, ଆଉ ତଳେ ଅଥଳ ପାଣି । ଉପରକୁ ଚଢ଼ିଲେ ବିପଦ, ତଳକୁ ଓହ୍ଲାଇଲେ ବି ବିପଦ । ତଥାପି ବି ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କଲା ବେଳେ ବିଦ୍ୟୁତ୍ ଆଘାତରେ ଦୁଇଟି ମାଙ୍କଡ଼ ପ୍ରାଣ ହରାଇଥିଲେ । ଆଉ ପାଣିରେ ବୁଡ଼ି ମରିଥିଲେ ୩ଟି । ବାକି ୬ଟି ମାଙ୍କଡ଼କୁ କିଛିଦିନ ଧରି ସ୍ଥାନୀୟ ଲୋକେ ଖାଇବାକୁ ଦେଉଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମାଙ୍କଡ଼ମାନଙ୍କ ଉଦ୍ଧାର ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲା । ୫ ଦିନର ଉଦ୍ୟମ ପରେ ସମସ୍ତ ମାଙ୍କଡ଼ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।

wp:core-embed/youtube {"url":"https://www.youtube.com/watch?v=hgDhL4v31po","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=hgDhL4v31po
/wp:core-embed/youtube

ନଈରେ ପାଣି ନଥିବା ବେଳେ ଏହି ମାଙ୍କଡ ପଲ ଟାୱାର ନିକଟରେ ବୁଲାବୁଲି କରୁଥିଲେ। ହେଲେ ନଈରେ ପାଣି ବଢିଯିବାରୁ ଏମାନେ ଆଉ ମୁକୁଳିପାରିନଥିଲେ । ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କ ସହାୟତାରେ ଏକ ଯନ୍ତା ବସାଯାଇଥିଲା । ସେଥିରେ ବନଜାତ ଦ୍ରବ୍ୟ, ଫଳମୂଳ ରଖାଯାଇଥିଲା । ମାଙ୍କଡ଼ ଖାଇବାକୁ ଆସି ଯନ୍ତାରେ ପଡ଼ିଥିଲେ । ବୁଧବାର ଗୋଟିଏ ଶିଶୁ ମାଙ୍କଡ଼କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ଗୁରୁବାର ୩ଟି, ଶୁକ୍ରବାର ଗୋଟିଏ, ଆଉ ଆଜି ଶେଷ ମାଙ୍କଡକୁ ଉଦ୍ଧାର କରାଯାଇଛି।

ମାଙ୍କଡ଼ମାନଙ୍କୁ ବଞ୍ଚାଇ ରଖିବା ପାଇଁ ଖାଇବାକୁ ଦେବା ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଡୁମେରମୁଣ୍ଡା ଗାଁ ଲୋକେ ଯେଭଳି ଆଗ୍ରହ ଦେଖାଇଥିଲେ, ତାହା ପ୍ରଶଂସାଯୋଗ୍ୟ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.