ଇଣ୍ଡୋନେସିଆ ନାଇଟ୍ କ୍ଲବରେ ଗୋଷ୍ଠୀ ସଂଘର୍ଷରୁ ଅଗ୍ନିକାଣ୍ଡ, ୧୯ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | January 25, 2022 IST

ଜାକର୍ତ୍ତା ୨୫/୦୧: ଇଣ୍ଡୋନେସିଆର ପଶ୍ଚିମ ପାପୁପା ପ୍ରଦେଶରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ତୁମୁଳକାଣ୍ଡ । ଗୋଷ୍ଠୀ ସଂଘର୍ଷର ପରିଣାମ ଏତେ ଭୟାବହ ଥିଲା ଯେ, ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ତଦନ୍ତ କରୁଥିବା ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି ।

ପଶ୍ଚିମ ପାପୁଆ ପୋଲିସର ମୁଖପାତ୍ର ଆଦାମ ଇରୱିଣ୍ଡି କହିଛନ୍ତି ମୃତକଙ୍କ ମଧ୍ୟରେ ଜଣେ ସୋରେଙ୍ଗ ସହରର କ୍ଲବରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଗୋଟିଏ ଗୋଷ୍ଠୀର ସଦସ୍ୟ । ସେ କହିଛନ୍ତି ନାଇଟ କ୍ଲବରେ ନିଆଁ ଲାଗିବା ପରେ ୧୮ ଟି ମୃତଦେହ ମିଳିଥିଲା । ଏହି ସଂଘର୍ଷର କାରଣ କଣ ବୋଲି ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି କହିଛି ।

ଏହାସହ ନାଇଟ୍ କ୍ଲବରେ ନିଆଁ ଲାଗିବାର କାରଣ ମଧ୍ୟ କଣ ତାହା ତଦନ୍ତ ଚାଲିଛି । ଇରୱିଣ୍ଡି ଆହୁରି ଆହୁରି ମଧ୍ୟ କହିଛନ୍ତି ଘଟଣାର ତଦନ୍ତ ପାଇଁ ପୋଲିସ କର୍ମଚାରୀମାନେ ବୈଠକ କରିଥିଲେ । ଘଟଣାସ୍ଥଳକୁ ପୂରା ଘେରାବନ୍ଦୀ କରି ରଖଛନ୍ତି ପୋଲିସ ଏବଂ ସେନାର ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.