ବନ୍ଧୁକ ଧରି ଆତଙ୍କ ଖେଳାଇଲେ ଅଧ୍ୟାପକଙ୍କ ପୁଅ, ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

Published By : Prameya-News7 Bureau | July 13, 2021 IST

ସମ୍ବଲପୁର ୧୩।୦୭: ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ । ଏହି ଗୋଷ୍ଠି ସଂଘର୍ଷ ସମୟରେ ବନ୍ଧୁକ ବୁଲାଇଲେ ଅଭିଯୁକ୍ତ । ଘଟଣାସ୍ଥଳରେ ଜଣେ ଅବସର ପ୍ରାପ୍ତ ପ୍ରଫେସରଙ୍କ ପୁଅ ଏକ ଡବଲ ବ୍ୟାରେଲ ବନ୍ଧୁକ ବୁଲାଉଥିବା ଦେଖିବାକୁ ମିଳିଛି । ଏବେ ଏହି ଭିଡିଓ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ।

ସେପଟେ ଘଟଣାରେ ଉଭୟ ପକ୍ଷରୁ ଏତଲା ହେବା ପରେ ୫ ଜଣଙ୍କୁ ଗିରଫ କରିଛି ବୁର୍ଲା ପୋଲିସ ।  ଗିରଫ ହୋଇଥିବା ୫ଜଣଙ୍କ ମଧ୍ଯରେ ସମ୍ବଲପୁର ବିଶ୍ବବିଦ୍ଯାଳୟର ଅବସରପ୍ରାପ୍ତ ପ୍ରଫେସର କେଶବ ପଣ୍ଡା   ଓ ତାଙ୍କ ଦୁଇ ପୁଅ ଦୁର୍ଗେଶ ପଣ୍ଡା, ଦୀନେଶ ପଣ୍ଡା  ରହିଛନ୍ତି । ସେହିପରି ଅପରପକ୍ଷର  ବସନ୍ତ ନାୟକ ଓ ମଧୁ ସିଂ  ଗିରଫ ହୋଇଛନ୍ତି । ତେବେ ଗୋଷ୍ଠି ସଂଘର୍ଷ ଭିତରେ ଘଟଣାଟି ବୁର୍ଲା ଥାନା ପଞ୍ଚମୁଖୀ ଢାବା ନିକଟରେ ଘଟିଥିବା କୁହଯାଉଛି । ଗୋଷ୍ଠି ସଂଘର୍ଷ ସମୟରେ ବ୍ଯବହାର ବନ୍ଧୁକଟି ଅବସର ପ୍ରାପ୍ତ ପ୍ରଫେସରଙ୍କ ବୋଲି ଜଣାପଡିଛି । ଉକ୍ତ ବନ୍ଧୁକକୁ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.