ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | June 17, 2021 IST

କାମାକ୍ଷାନଗର, ୧୭|୦୬: କାମାକ୍ଷାନଗର-ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ । ଗୁଳିକାଣ୍ଡ ସହ ପରସ୍ପର ଉପରେ  ବୋମା ମାଡ । ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।

ସୁଚନା ମୁତାବକ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଗୋଡି ସାହି ଏବଂ କଲୋନି ସାହି ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ସମୟରୁ ଉଭୟ ସାହି ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀ ସାରଙ୍ଗଧର ଷ୍ଟାଡିୟମ ରାସ୍ତାରେ ମୁହାଁମୁହିଁ ହୋଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ଉଭୟ ଗୋଷ୍ଠୀ ମଧ୍ୟରେ ୧୫ ରୁ ଉର୍ଦ୍ଧ୍ୱ ବୋମା ଫିଙ୍ଗା ଫିଙ୍ଗି ସହ ୫ ରାଉଣ୍ଡରୁ ଗୁଳି ଚାଳନା ହୋଇଥିଲା ।

ଫଳରେ କଲୋନୀ ସାହିର ୩ ଜଣ ଯୁବକ ଗୁରତର ହୋଇଥିଲେ । ସେମାନେ ହେଲେ କଲୋନୀ ସାହିର ତୋଫାନ ପାତ୍ର ଏବଂ ମହାମାନଗର ସାହିର ଆକାଶ ନାୟକ ଓ ରାଜକିଶୋର ନାୟକ। ଗୁରତରଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଥିଲା। ତୋଫାନଙ୍କ ପେଟର ଏକ ଗୁଳି ବାଜିଥିବା ବେଳେ ଆକାଶର ଜଙ୍ଘରେ ଗୁଳି ବାଜିଥିଲା । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଭୋର ସମୟରେ ତୋଫାନ ପାତ୍ରର ମୃତ୍ୟୁ ହୋଇଛି । ,ସେହିପରି ରାଜକିଶରର ମୁଣ୍ଡରେ ଆଘାତ ଲାଗିଥିବା ବେଳେ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପରିସ୍ଥିତି ବର୍ତ୍ତମାନ ଶାନ୍ତଅଛି। ଏ ସଂକ୍ରାନ୍ତରେ ପୋଲିସ କାହାକୁ ଗିରଫ କରିନଥିବା ବେଳେ ଅଧିକ ତଦନ୍ତ ଜାରିରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.