ଗୋରୁମହିଷାଣୀ ସିଏଚସର ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍ ବକେୟା !

Published By : Prameya-News7 Bureau | January 25, 2021 IST

ରାଇରଙ୍ଗପୁର ୨୫।୧: ଗୋରୁମହିଷାଣୀ ଡାକ୍ତରଖାନାର ଲକ୍ଷାଧିକ ବିଜୁଳି ବିଲକୁ ହଡପ କରିବା ଅଭିଯୋଗ । ସୂଚନା ମୁତାବକ ଗୋରୁମହିଷାଣୀ ସିଏଚସିର ଲକ୍ଷାଧିକ ଟଙ୍କା ବକେୟା ପଡିଛି । ପ୍ରାୟ ଦୁଇ ଲକ୍ଷ ଟଙ୍କାର  ବିଲ୍ ଅର୍ଥ ଚେକ୍ ମାଧ୍ୟମରେ ନେସ୍କୋ କୁ ପ୍ରଦାନ କରିଥିଲେ ମେଡିକାଲ ଅଫିସର  କିନ୍ତୁ ଚେକଟି ଅର୍ଥାଭାବରୁ ବାଉନ୍ସ ହୋଇ ଯାଇଥିଲା । ବିଭାଗ ତରଫରୁ ବାରମ୍ବାର ସୂଚନା ଦେଲା ପରେ ବି ଅର୍ଥ ପୈଠ କରିଦେବେ କହି ପୈଠ କରୁନାହାଁନ୍ତି ସମ୍ପୃକ୍ତ ଅଧିକାରୀ । ଯାହା ଫଳରେ ବିଜୁଳି କାଟିବାକୁ ନୋଟିସ ଜାରି କରିଛି ନେସ୍କୋ ବୋଲି ନେସ୍କୋ ସହକାରୀ ଯନ୍ତ୍ରୀ କହିଛନ୍ତି ।

ଅଧିକାରୀ ମଧ୍ୟ ଦୀର୍ଘ ଦିନ ଡାକ୍ତର ଖାନା ଆସୁ ନଥିବା ସୂଚନା ମିଳିଛି । ରୋଗୀଙ୍କ ସ୍ବାର୍ଥ ପାଇଁ ବିଜୁଳି କାଟ କରି ନଥିଲେ ବି ବେଶୀ ଦିନ ଅନୁଗ୍ରହ କରି ହବ ନାହିଁ ବୋଲି ପ୍ରକାଶ କରିଛନ୍ତି ବିଭାଗୀୟ ଅଧିକାରୀ । ବିଜୁଳି କାଟ ହେଲେ ଡାକ୍ତରଖାନାର ଅଚଳାବସ୍ଥା ପାଇଁ କିଏ ଦାୟୀ ରହିବ ଓ ଲକ୍ଷାଧିକ ଟଙ୍କା କିଏ ହଡପ କରିଲା ତାହାର ନିରପେକ୍ଷ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.