ମୟୂରଭଞ୍ଜ: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | January 19, 2021 IST

ରାଇରଙ୍ଗପୁର୧୯/୧: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନା କାର୍ଯ୍ୟକ୍ରମ। ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଅଞ୍ଚଳରେ ଜାତୀୟ ସଡକ ସୁରକ୍ଷା ଦିବସ ପାଳିତ ହୋଇଛି। ଗୋରୁମହିଷାଣି ଥାନା ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନା କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା କରାଯାଇଛି।

ଟ୍ରାଫିକ ନିୟମ ମାନିବା ସହ ଦ୍ରୁତଗତିରେ ଗାଡି ନ ଚଳାଇବାକୁ ପରାମର୍ଶ ଦେଇଛନ୍ତି। ଦ୍ରୁତଗତିରେ ଗାଡି ଚଳାଇଲେ, ଧନ ଜୀବନ ହାନିରୁ ଯାତ୍ରୀମାନେ ବର୍ତ୍ତିବେ ଯିବେ ବୋଲି ସ୍ବାଇଁ କହିଛନ୍ତି। ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା ନିହାତି ଆବଶ୍ୟକ, କାର ଚଳାଇବା ବେଳେ ସିଟ୍ ବେଲ୍ଟ ଲଗାଇବା ଉଚିତ୍, ମଦ୍ୟପାନ କରି ଗାଡି ନ ଚଳାଇବା ଭଳି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା କରାଯାଇଛି। ହାତରେ ବ୍ୟାନରେ ଧରି ବିଭିନ୍ନ ଅଞ୍ଚଳ ବୁଲି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଶୋଭାଯାତ୍ରାରେ ପୋଲିସ କର୍ମୀଙ୍କ, କୁଳେଇଶିଳା ସରପଞ୍ଚ, ଯୁବ ସମାଜସେବୀ ଏବଂ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.