ଚୋରାରେ କଣ୍ଟେନରରେ ହେଉଥିଲା ଚାଲାଣ, ଉଦ୍ଧାର ହେଲେ ୧୦୦ରୁ ଅଧିକ ଗୋରୁ

Published By : Prameya-News7 Bureau | April 21, 2021 IST

ଭଦ୍ରକ ୨୧।୦୪: କଣ୍ଟେନରରେ ବେଆଇନ ଭାବେ ଚାଲାଣ ହେଉଥିଲା ଗୋରୁ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ କଣ୍ଟେନରକୁ ଜବତ କରିଛି ପୋଲିସ । କଣ୍ଟେନରରୁ ୧୦୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ସମସ୍ତ ଗୋରୁଙ୍କୁ ନିକଟରେ ଥିବା ଗୋଶାଳାରେ ରଖାଯାଇଛି ।

ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଡାହାଲା ଠାରୁ ଏହି ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଭଣ୍ଡାରିପୋଖରୀ ଥାନା ପୋଲିସ ଗାଡିକୁ ଯାଞ୍ଚ କରିବାରୁ କଣ୍ଟେନର ଭିତରେ ଦୁଇଟି ଚ୍ୟାମ୍ବର କରି ବେଆଇନ ଭାବେ ଗୋରୁ ଚାଲାଣ ହେଉଥିଲା । ସଂପୃକ୍ତ କଣ୍ଟେନରକୁ ଜବତ କରିଛି ପୋଲିସ । ତେବେ କଣ୍ଟେନରର ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ଭଣ୍ଡାରିପୋଖରୀ ପୋଲିସ କଣ୍ଟେନରରୁ ଉଦ୍ଧାର ହୋଇଥିବା ଗୋରୁଙ୍କୁ ମଇତାପୁର  ଠାରେ ଥିବା ଗୋଶାଳାରେ ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.