Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୨ ଗୋରୁ ବୋଝେଇ ଗାଡି ଜବତ, ମାଫିଆଙ୍କୁ ଧରି ପୋଲିସରେ ଜିମା ଦେଲେ ଲୋକେ

21/09/2021 at 12:26 PM

ବାସୁଦେବପୁର, ୨୧।୦୯ : ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି  ବେଆଇନ ଗୋଚାଲାଣ। ଗୋଚାଲାଣକୁ ପୋଲିସ ପ୍ରଶାସନ ରୋକ ଲଗାଇପାରୁନି । ଅନେକ ସମୟରେ ସ୍ଥାନୀୟ ଯୁବକ ଗୋରୁ ଟ୍ରକ୍ ଅଟକାଇବା ସହ ପୋଲିସରେ ଜିମା ଦେଉଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ମାଫିଆମାନେ ଏକ ପିକଅପ୍ ଭ୍ୟାନରେ ଗୋରୁ ଚାଲାଣ କରୁଥିଲେ ।  ସ୍ଥାନୀୟ ଲୋକେ ତାରିଣୀ ଛକ ନିକଟରୁ ଗାଡିକୁ ଜବତ କରିଥିଲେ । ଗାଡିରୁ ୮ଟି ଷଣ୍ଢ ଉଦ୍ଧାର କରାଯାଇଥିଲା। ସେହିପରି  ଆଉ ଏକ ଟାଟା ଏସିଇରେ ୭ଟି  ଗାଈ ଭର୍ତ୍ତି କରି ଆସୁଥିବା ବେଳେ ବିଣାପଦା ନିକଟରେ ଅଟକ କରି ବାସୁଦେବପୁର ଥାନାକୁ ନେଇଆସିଥିଲେ ସ୍ଥାନୀୟ ଲୋକେ।

ଏହାପରେ ଗାଡି ଚାଳକଙ୍କ ସହ କିଛି ସହଯୋଗୀଙ୍କୁ ସ୍ଥାନୀୟ ଲୋକେ ପୋଲିସରେ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

   Related Posts