ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ : ବୋଲେରୋରେ ଟାଣି ନେଲା ବେଳେ ଧରିଲେ ଲୋକେ

Published By : Prameya-News7 Bureau | September 30, 2021 IST

ଭଦ୍ରକ, ୩୦।୦୯ : ଜବତ ହେଲା ଗୋରୁ ବୋଝେଇ ଗାଡି । ବୁଧବାର ବିଳମ୍ବିତ ରାତିରେ କୋଲକାତା ଅଭିମୁଖେ ଯାଉଥିବା ଗୋରୁଗାଡିକୁ ଜବତ କରାଯାଇଛି। ଏହା ପାଣିକୋଇଲିରୁ  ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ପରେ ବେଆଇନ ଚାଲାଣ ଫସର ଫାଟିଥିଲା ।  

ସୂଚନାନୁସାରେ, ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ ଖଣ୍ଡିଆବଜାର ନିକଟରେ ଏମିତି ଘଟଣା ଘଟିଛି । ଏକ ଜାଇଲୋରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିଲା । ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକ ବୋଲେରୋ ଦ୍ୱାରା ଏହାକୁ କଲିକତା ଅଭିମୁଖେ କିଛି ବେପାରୀ ଟାଣି ନେଉଥିଲେ । ତେବେ ଖଣ୍ଡିଆବଜାର ଅଞ୍ଚଳର ଲୋକେ ଉଭୟକୁ ଅଟକାଇଥିଲେ । ଏନେଇ ଗ୍ରାମାଞ୍ଚଳ ପୋଲିସକୁ ଖବର ଦିଆଯାଇଥିଲା ।

ପୋଲିସ  ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ  ୬ ଗୋରୁଙ୍କୁ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.