Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋରୁ ଚାଲାଣ ବେଳେ ଧରିଲା ପୋଲିସ, ୩ ପିକଅପ୍ ଭ୍ୟାନ୍ ଜବତ : ଡ୍ରାଇଭର ଅଟକ

9/11/2021 at 10:09 AM

ଜଳେଶ୍ୱର,୦୯/୧୧: ଗୋରୁ ଚୋରା ଚାଲାଣ ବେଳେ ଧରା ପଡିଲା ପିକଅପ୍ ଭ୍ୟାନ୍ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ  ପାଟ୍ରୋଲିଂ କରି ଏହି ଗୋରୁ ବୋଝେଇ ଗାଡିକୁ ଜବତ କରିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ନିତିଦିନ ୬୦ନଂ ଜାତୀୟ ରାଜପଥ ଦେଇ କିଛି ଦଲାଲ ଗୋରୁ ଚୋରା ଚାଲାଣ କରି ଆସୁଛନ୍ତି । ଏନେଇ ଜଳେଶ୍ୱର ପୋଲିସ ପାଖରେ ଖବର ଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ମଙ୍ଗଳବାର ଭୋର ୪ଟା ସମୟରେ ପୋଲିସର ପାଟ୍ରୋଲିଂ ଗାଡି ଲକ୍ଷ୍ମୀନାଥ ଟୋଲ୍ ପ୍ଲାଜା ନିକଟରେ ପିକଅପ୍ ଭ୍ୟାନକୁ ଜବତ କରିଥିଲା । ୩ଟି ପିକଅପରେ ପ୍ରାୟ ୭୫ଟି ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗ ଯାଉଥିଲେ ବୋଲି ପୋଲିସ କହିଛି । ୩ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts