ଗୋରୁ ଚାଲାଣ ବେଳେ ସିଜ୍ ହୋଇଗଲା ଇଞ୍ଜିନ୍, କଣ୍ଟେନର୍ ଛାଡି ମାଫିଆ ଛୁ

Published By : Prameya-News7 Bureau | July 18, 2021 IST

ବାଂଶପାଳ,୧୮/୦୭: ଚୋରାଚାଲାଣ ବେଳେ ଉଦ୍ଧାର ହେଲେ ଗୋରୁ ।  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପର କାଇପୁର ଗ୍ରାମରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର  କରାଯାଇଛି ।

ସୂଚନା ଅନୁସାରେ, ୪୯ ନଂ ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ବହୁ ଗାଡିରେ ହଜାର ହଜାର ସଂଖ୍ୟାରେ ରାଜ୍ୟ ବାହାରକୁ ଗୋରୁ ଚାଲାଣ କରାଯାଉଛି । ତେବେ ରବିବାର ସକାଳେ  ଏକ କଣ୍ଟେନର ଶତାଧିକ ଗୋରୁଙ୍କୁ ନେଇ ଯାଉଥିବା ବେଳେ ଧରାପଡିଛି ।  ତେନ୍ତୁଳି ପାର୍କିଂ ନିକଟ ଉପର କାଇପୁର ଗ୍ରାମରେ ଗାଡିର  ଇଞ୍ଜିନ ସିଜ୍ ହେବା  ଫଳରେ ମାଫିଆ ମାନେ ସବୁ ଗୋରୁକୁ ଓହ୍ଲାଇ ଜଙ୍ଗଲରେ ବାନ୍ଧି ଦେଇ ଫେରାର ହୋଇଯାଇଥିଲେ।

ଗାଡ଼ିରେ ଶହେରୁ ଉର୍ଦ୍ଧ୍ବ ଗୋରୁ ଙ୍କୁ ଅତି ଅମାନୁଷିକ ଭାବେ ଚାଲାଣ ହେଉଥିବା ବେଳେ ସେଥି  ମଧ୍ୟରୁ ୬ ଟି ଗାଈ ଅସୁସ୍ଥ ଥିବା ଜଣାପଡିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ କିଛି ସ୍ଥାନୀୟ ବ୍ୟକ୍ତି ଗୋରୁଙ୍କ ବେକରୁ ଦଉଡି ଖୋଲି ଚରିବା ପାଇଁ ଛାଡି ଦେଇଥିଲେ। ଅସୁସ୍ଥ ଥିବା ଗୋରୁ ଗୁଡିକୁ ଖାଦ୍ୟ ,ପାଣି ଦିଆଯାଇଛି। ତେବେ ଏପରି ନିୟମିତ ଗୋରୁ ଚୋରା ଚାଲାଣ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଚୋରା ଚାଲାଣ ରୋକିବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.