Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧକ୍କା ଦେଲା ଅଜଣା ଗାଡି, ଜୀବନ ହାରିଲେ ବାପା ଓ ଝିଅ
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪ ଅଟକ

6/04/2021 at 12:35 PM

ଭଦ୍ରକ, ୦୬/୦୪ : ଜବତ ହେଲା ଗୋରୁ ବୋଝେଇ ପିକଅପ୍ । ଭଦ୍ରକ ଜିଲ୍ଲା ଦେଇଯାଇଥିବା  ୧୬ ନମ୍ବର ଜାତୀୟ ରାଜପଥରୁ ୨ଟି ବେଆଇନ ଗୋରୁ ବୋଝେଇ ପିକଅପ  ଜବତ । ପିକଅପରୁ ୧୨ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ୧୬ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏହି ଗୋରୁ ଗାଡି ଜବତ କରିଛି । ପୋଲିସକୁ ଦୁଇଟି ପିକଅପ ରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ଖବର ମିଳିଥିଲା । ଗାଡି ଗୁଡିକ ଗୁଡିକ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ପୋଲିସ ଚେକପୋଷ୍ଟରେ ଚେକିଂ ବେଳେ ଗାଡି ଦୁଇଟିକୁ ଜବତ କରିବାରେ ସଫଳ ହୋଇଥିଲା ।

ଗାଡିରେ ଥିବା ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଏହାସହ ଉଦ୍ଧାର ହୋଇଥିବା ୧୨ରୁ ଅଧିକ ଗୋରୁଙ୍କୁ ଗୋଶାଳାରେ ଛଡାଯାଇଥିବା ସୂଚନା ମିଳିଛି ।

   Related Posts