Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୩ ବର୍ଷ ପରେ ଲୋକଙ୍କ ସାମ୍ନାକୁ ଆସିଲେ ଜିଜେଏମ୍‌ ମୁଖ୍ୟ ବିମଲ୍‌ ଗୁରୁଙ୍ଗ, ତାଙ୍କ ନାଁରେ ରହିଛି ୧୫୦ ମାମଲା

21/10/2020 at 8:07 PM

କୋଲକାତା ୨୧/୧୦: ସ୍ବତନ୍ତ୍ର ଗୋରଖାଲ୍ୟାଣ୍ଡ ରାଜ୍ୟ ପାଇଁ ଲଢ଼େଇ କରିଆସିଥିବା ଗୋରଖା ଜନମୁକ୍ତି ମୋର୍ଚ୍ଚା(ଜିଜେଏମ) ମୁଖ୍ୟ ବିମଲ ଗୁରୁଙ୍ଗ ୩ ବର୍ଷ ପରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଡାର୍ଜିଲିଙ୍ଗରେ ଗୋରଖା ରାଜ୍ୟ ଆନ୍ଦୋଳନର ନେତୃତ୍ବ କରୁଥିବା ବେଳେ ବିମଲ ୨୦୧୭ରୁ ନିଖୋଜ ଥିଲେ। ପଶ୍ଚିମବଙ୍ଗର ସଲ୍ଟଲେକ୍‌ ଅଞ୍ଚଳରେ ଥିବା ଗୋରଖା ଭବନ ସାମ୍ନାରେ ପୁଣିଥରେ ବିମଲଙ୍କୁ ଦେଖିବାକୁ ମିଳିଛି ।

ସାମ୍ବାଦିକ ସମ୍ମଳନୀରେ ଯୋଗ ଦେବାକୁ ଗୋରଖା ଭବନ ସାମ୍ନାରେ ବିମଲ ପହଞ୍ଚିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଦୀର୍ଘ ୩ ବର୍ଷ ପରେ ଲୋକଲୋଚନକୁ ଆସିଥିବା ବେଳେ ତାଙ୍କ ନାଁରେ ରହିଛି ୧୫୦ ଅପରାଧିକ ମାମଲା। ତଥାପି ଗୋରଖା ନେତା ବିମଲଙ୍କୁ ପୋଲିସ ଗିରଫ କରିନଥିଲା। ଏପରିକି ୟୁଏପିଏ ଅଧିନରେ ତାଙ୍କ ନାଁରେ ମାମଲା ଚାଲିଥିବା ମଧ୍ୟ ଜଣାପଡ଼ିଛି।

ଅନ୍ୟ ଏକ ସ୍ଥାନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏନଡିଏ ପାଖରୁ ତାଙ୍କ ପାର୍ଟି ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଥିଲେ। ବିଜେପି ପରିଚାଳିତ ପାର୍ଟି ନିଜର ପ୍ରତିଶୃତି ପୂରଣ କରିନଥିବା ଅଭିଯୋଗ କରିଥିଲେ ଗୁରୁଙ୍ଗ । ପୂର୍ବରୁ ବିଜେପି ସରକାର ୧୧ଟି ଗୋରଖା ସଂପ୍ରଦାୟକୁ ପରିଚୟ ଦେବା ସହ ପାହାଡ଼ି ଅଞ୍ଚଳରେ ସ୍ଥାୟୀ ରାଜନୈତିକ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲା। କିନ୍ତୁ ତାହା ପୂରଣ ହୋଇ ପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଗୁରୁଙ୍ଗ।

ଏହା ବ୍ୟତୀତ ତାଙ୍କ ପାର୍ଟି ଆଗାମୀ ନିର୍ବାଚନରେ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିକୁ ସମର୍ଥନ କରିବ ବୋଲି ଗୁରୁଙ୍ଗ ଘୋଷଣା କରିଛନ୍ତି। ସେପଟେ ୩ ବର୍ଷ ଦିଲ୍ଳୀରେ ଥିବା ବେଳେ ୨ ମାସ ପୂର୍ବରୁ ଝାଡ଼ଖଣ୍ଡ ଯାଇଥିଲେ ବୋଲି କହିଛନ୍ତି ଗୁରୁଙ୍ଗ।

ଗୋରଖା ଜନମୁକ୍ତି ମୋର୍ଚ୍ଚା(ଜିଜେଏମ) ମୁଖ୍ୟ ବିମଲ ଗୁରୁଙ୍ଗ ନିଜର ସମର୍ଥକଙ୍କ ସହ ଏକ ସଂଘର୍ଷରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କୁ ୨୦୧୭ରୁ ଆଉ ଦେଖିବାକୁ ମିଳିନଥିଲା। ଆତଙ୍କବାଦ ବିରୋଧୀ ନିୟମ ୟୁଏପିଏ ଅଧିନରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗୁରୁଙ୍ଗ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା କୋଲକାତା ପୋଲିସ୍‌।  

   Related Posts