Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସାଂସଦ ହେଲେ ଏହି ହଟ ଆଉ ହଟ୍‌ ଓ ସୁନ୍ଦରୀ ଅଭିନେତ୍ରୀ, ଫୋଟ ଦେଖିଲେ ଫେରାଇ ପାରିବେନି ଆଖି

3/06/2019 at 12:11 PM

ପଶ୍ଚିମବଙ୍ଗ ନିର୍ବାଚନରେ ଟଲିଉଡ ଷ୍ଟାର ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ନୁସରତ ଜହାଁ । ଅବିବାହିତ ଅଭିନେତ୍ରୀ ନୁସରତ ଜହାଁ ସାଂସଦ ହୋଇଛନ୍ତି । ଟିଏମସି ଟିକେଟ୍‌ ଦ୍ବାରା ମଇଦାନକୁ ଆସିଥିବା ଏହି ଅଭିନେତ୍ରୀ ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫେମସ।

ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗରୁ ବଶିରହାଟ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ନୁସରତଙ୍କୁ ୭,୮୨,୦୭୮ ଖଣ୍ଡ ଭୋଟ ମିଲିଥିଲା।  ସୋସିଆଲ ମିଡିଆରେ ମଧ୍ୟ ନୁସରତ ବହୁତ ଫେମସ। ଅଧିକାଂଶ ସମୟ ସେ ତାଙ୍କ ଗ୍ଲାମରସ ଫଟୋ ସୋସିାଲ ମିଡିଆରେ ପୋଷ୍ଟ କରନ୍ତି। ଇଣଷ୍ଟାଗ୍ରାମରେ ନୁସରତଙ୍କର ୧.୩ ମିଲିଅନ ଫଲୋଅର୍ସ ଅଛନ୍ତି।  

 ନୁସରତଙ୍କ ଜନ୍ମ କୋଲକାତାରେ । ସେଠାରୁ ସେ ତାଙ୍କ ପଢା ମଧ୍ୟ ସାରିଛନ୍ତି। ୨୦୧୦ ମସିହାରେ ଏକ ବିୟୁଟି କଣଟେଷ୍ଟ ଫେୟର-ୱନ ମିସ କୋଲକାତା ଜିତିଥିଲେ। ଏହା ପରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ।

 ନୁସରତ ଜହାଁ ମଡଲିଂଗ କରି ଟଲିଉଡରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।ଫିଲ୍ମ ଶୋତ୍ରୁରେ ଅଭିନୟ କରି ସେ ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ପଶ୍ଚିମବଙ୍ଗର ସେ ଜଣେ ଦାମି ଅଭିନେତ୍ରୀ। ଚର୍ଚ୍ଚାରେ ଆସିବା ପରେ ଥରେ ତାଙ୍କୁ ନିଜ ଆଉଟ୍‌ଫିଟ୍‌ ପାଇଁ ଟ୍ରୋଲ କରାଯାଇଥିଲା। ସାଂସଦ ମିମି ଚକ୍ରବର୍ତ୍ତିଙ୍କ ସହ ଫଟୋ ସେୟାର କରିବା ପରେ ନୁସରତଙ୍କୁ ବହୁତ ଟ୍ରୋଲ କରାଯାଇଥିଲା।

ଏହି ଫଟୋରେ ଉଭୟ ୱେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌ରେ ଥିଲେ। ସୋସିଆଲ ମିଡିଆରେ ଫଟୋ ସେୟାର କରି ନୁସରତ ଏକ ଘୋଷଣା କରିଥିଲେ। ତାଙ୍କ ବିଷୟରେ ଏକ ନୂଆ ଖବରସାମ୍ନାକୁ ଆସିଛି । ନୁସରତ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ସୁନ୍ଦରୀ ସାଂସଦ । ନୁସରତ ଏବଂ ନିଖିଲ ଡେଷ୍ଟିନେଶନ ଓ୍ବେଡିଂ କରିବାକୁ ଯାଉଛନ୍ତି ।

ଯାହାର ଆୟୋଜନ ଇସ୍ତାନବୁଲରେ କରାଯିବ । ସୂଚନାଯୋଗ୍ୟ ଯେ, କୋଲକାତାରେ ନୁସରତଙ୍କ ଘରେ ବିବାହର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇସାରିଛି।

 

   Related Posts