ରବି କିଶନଙ୍କ ନୂଆ ଭୋଜପୁରୀ ନାରା "ନା ପଞ୍ଝାରେ, ନା ସାଇକଲରେ, ନା ହାତୀରେ, ନା ଜାତି ନା ଗୋତ୍ର, ଭୋଟ ଦିଅନ୍ତୁ ୫୬ ଇଞ୍ଚ ଛାତିରେ"

Published By : Prameya-News7 Bureau | April 17, 2019 IST

ଗୋରଖପୁର ୧୭/୪ : ଉତ୍ତର ପ୍ରଦେଶ ଗୋରଖପୁରରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା ରବି କିଶନ ଲୋକସଭା ନିର୍ବାଚନ ପାଇଁ ନୂଆ ନାରା ଦେଇଛନ୍ତି | ନିଜ ନାରା ସାହାଯ୍ୟରେ ରବି ସିଧାସଳଖ ସମାଜବାଦୀ ପାର୍ଟି, ବହୁଜନ ସମହାଜଵାଦୀ ପାର୍ଟି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି | ନାରା ଦେଇ ସେ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି | ସେ କହିଛନ୍ତି, " ନା ପଞ୍ଝାରେ, ନା ସାଇକଲରେ, ନା ଜାତି ନା ଗୋତ୍ର, ନା ହାତୀ, ଛାତି ପିଟି ଭୋଟ ଦିଅନ୍ତୁ ସିଧା ୫୬ ଇଞ୍ଚ ଛାତିରେ | "

{"id":104334}


କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିକୁ ଭୋଟ ନଦେବା ପାଇଁ ସେ ନିଜ ନାରାରେ ଲୋକଙ୍କୁ ସିଧାସଳଖ ଅପିଲ କରିଛନ୍ତି | ସେ ନିଜ ନାରାରେ ଭୋଜପୁରୀ ଭାଷା ବ୍ୟବହାର କରିଛନ୍ତି |

{"id":104336}


ସୂଚନାଯୋଗ୍ୟ ଯେ, ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଗୋରଖପୁର ଟିକେଟ ରବି କିଶନଙ୍କୁ ଦେଇଛି | ତାଙ୍କୁ ଟିକେଟ ଦେବା ପୂର୍ବରୁ ବିଜେପି ଏହି ଆସନ ପାଇଁ ସାଂସଦ ପ୍ରବୀଣ ନିଷାଦଙ୍କୁ ଟିକେଟ ଦେବ ବୋଲି ଆଶଙ୍କା କରୁଥିଲା | କିନ୍ତୁ ଲୋକଙ୍କ ଆଶଙ୍କା ଦୂର କରି ବିଜେପି ଗୋରଖପୁର ଟିକେଟ ବ୍ରାହ୍ମଣ ପ୍ରାର୍ଥୀ ରବି କିଶନଙ୍କୁ ଦେଇଥିଲା |

{"id":104335}


୨୦୧୪ ଲୋକସଭା ନିର୍ବାଚନରେ ଜୌନପୁରରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିଥିଲେ ରବି କିଶନ | ସମାଜବାଦୀ ପାର୍ଟି ନେତା ଅଜମ ଖାନ ଜୟା ପ୍ରଦାଙ୍କୁ ବିବାଦୀୟ ବୟାନ ଦେଇଥିବା ଯୋଗୁଁ ତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ରବି କିଶନ | ସେ କହିଛନ୍ତି ଯେ, ମହିଳାଙ୍କ ଉପରେ ଏହିଭଳି ଆପତ୍ତିଜନକ ମନ୍ତବ୍ୟ କିଭଳି ଦିଆଯାଉଛି | ଜୟା ପ୍ରଦା ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତ୍ରୀ | ସମସ୍ତେ ତାଙ୍କୁ ସମ୍ମାନ କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.