ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ : ଉଗ୍ରରୂପ ନେଲା ଗୋପାଳପୁର ଟାଟା କମ୍ପାନୀ ଶ୍ରମିକଙ୍କ ଆନ୍ଦୋଳନ

Published By : Prameya-News7 Bureau | July 31, 2019 IST

ବ୍ରହ୍ମପୁର ୩୧|୭: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୋପାଳପୁର ଟାଟା କମ୍ପାନୀ ଶ୍ରମିକଙ୍କ ଆନ୍ଦୋଳନ ଉଗ୍ରରୂପ ନେଉଛି । ୭୮ ଜଣ ଶ୍ରମିକଙ୍କୁ ଗିରଫ କରି ଛତ୍ରପୁର ଉପକାରାଗାରକୁ ପଠାଯିବା ପରେ ଉତ୍ତେଜନା ବଢିବାରେ ଲାଗିଛି । କଂପାନୀର ପ୍ରାୟ ୯ କୋଟି ଟଙ୍କାର ସଂପତ୍ତି ଭାଙ୍ଗିରୁଜି ନଷ୍ଟ କରିବା ଘଟଣାରେ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।

{"id":139130}

ଆନ୍ଦୋଳନକାରୀଙ୍କ ପକ୍ଷରୁ ମଧ୍ୟ କଂପାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । କମ୍ପାନୀ ଓ ଶ୍ରମିକଙ୍କ ଭିତରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରି ଜିଲ୍ଲା ପ୍ରଶାସନ ତୁରନ୍ତ ସମାଧାନ କରିବା ସହ ପ୍ରଶାସନ ଉପସ୍ଥିତିରେ କମ୍ପାନୀ ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହୋଇଛି । 

{"id":139131}

୨୦୧୬ ନଭେମ୍ବରରେ ଗୋପାଳପୁରରେ ସ୍ଥାପନ ହୋଇଥିବା ଟାଟା ଫେରୋକ୍ରୋମ୍ କମ୍ପାନୀରେ ୮୬ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ କଥା ଦେଇଥିଲେ କମ୍ପାନୀ କର୍ତ୍ତୃପକ୍ଷ । ହେଲେ ଆଜି ଯାଏଁ ତାହା ପୂରଣ ହୋଇପାରିନାହିଁ । ଯାହାକୁ ନେଇ ୪ଦିନ ହେଲା ଶ୍ରମିକମାନେ ଆନ୍ଦୋଳନ ଚଳାଇଛନ୍ତି । ସେପଟେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.