ଗୋପାଳପୁରରେ ମଧ୍ୟ କୂଳ ଲଂଘୁଛି ସମୁଦ୍ର, ଭୟଭୀତ ପର୍ଯ୍ୟଟକ ଓ ଅଞ୍ଚଳବାସୀ

Published By : Prameya-News7 Bureau | August 13, 2019 IST

ବ୍ରହ୍ମପୁର୧୩|୮: ଅଶାନ୍ତ ସମୁଦ୍ର କୂଳ ଲଘୁଂଛି । ଅସୁରକ୍ଷିତ ହୋଇପଡିଛି ଗୋପାଳପୁର ବେଳାଭୂମି । ସମୁଦ୍ରର ଢେଉର ରୂପ ଦେଖି ପର୍ଯ୍ୟଟକ ବି ଚିନ୍ତାରେ । ଏପରି ସ୍ଥିତିରେ ଏହି ପ୍ରସିଦ୍ଧ ସମୁଦ୍ର ବେଳାଭୂମୀ ଓ ପର୍ଯ୍ୟଟନ ସହ ସଂସ୍ଲିଷ୍ଟ ବିଭିନ୍ନ ଦିଗକୁ ନେଇ ବି ଚିନ୍ତା ।

{"id":143984}

ମାଡି ଆସୁଛି ସମୁଦ୍ରପାଣି...କୂଳ ଲଂଘୁଛି ଢେଉ । ଅଶାନ୍ତ ରହୁଛି ସମୁଦ୍ର, ଆଉ କରେଣ୍ଟ ମାତ୍ରା ବି ଅଧିକ । ଏ ହେଉଛି ପର୍ଯ୍ୟଟନ କ୍ଷେତ୍ର ଗୋପାଳପୁର । ରାଜ୍ୟର ଅନ୍ୟତମ ପ୍ରମୂଖ ପର୍ଯ୍ୟଟନସ୍ଥଳୀ,ସୁନ୍ଦର ଓ ଆକର୍ଷଣୀୟ ସାମୁଦ୍ରିକ ବେଳାଭୂମୀ । ଏଠାକୁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ଏଠାକର ଏବେର ପରିସ୍ଥିତି ପର୍ଯ୍ୟଟକଙ୍କ ଚିନ୍ତା ବଢେଇ ଦେଇଛି । କାରଣ ସମୁଦ୍ର ଏବେ କୂଳ ଲଙ୍ଘୁଛି। ଏସମୟରେ ସମୁଦ୍ର କୂଳରେ ବୁଲିବା, ସମୁଦ୍ର ପାଣିର ମଜା ନେବା କଷ୍ଟକର ହୋଇପଡୁଛି। ଏଥିପାଇଁ ପର୍ଯ୍ୟଟକ ମନରେ ଭୟ ବି ରହିଛି । ତଥାପି ବେଳାଭୂମିରେ ମଜା ନେଉଥିବା କହିଛନ୍ତି କୋଲକାତାରୁ ଆସିଥିବା ପର୍ଯ୍ୟଟକ।

{"id":143985}

ଗତ ତିନି ଦିନ ହେଲା ଗୋପାଳପୁର ସମୁଦ୍ର ଅଶାନ୍ତ । ସମୁଦ୍ର ପାଣି କୂଳକୁ ଲାଗିଛି । ଏପରିକି କିଛି ହୋଟେଲ୍ କୁ ବି କେତେକ ସ୍ଥାନରେ ଛୁଇଁଛି ସମୁଦ୍ରପାଣି । ତା ସହ ଢେଉରେ କରେଣ୍ଟ ରହୁଥିବାରୁ କୋଷ୍ଟ ଗାର୍ଡ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ଉପରେ ନଜର ରଖାଯାଇଛି । ସମୁଦ୍ର ତଟରେ କୋଷ୍ଟ୍ ଗାର୍ଡ ମୁତୟନ ଅଛନ୍ତି।

{"id":143986}

ପୂର୍ବରୁ ସମୁଦ୍ରପାଣି ଏତେ ନିକଟତର ହୋଇନଥିବା କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଥିବା ବେଳେ କୌଣସି ପର୍ଯ୍ୟଟକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ନଜର ରଖାଯାଇଛି । ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ଥିବା କହିଛନ୍ତି ଗୋପାଳପୁର ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ।

{"id":143987}

ଅଗଷ୍ଟ ମାସରେ ସାଧାରଣତଃ ସମୁଦ୍ର ପାଣି ଅଧିକ କୂଳ ନିକଟତର ହୋଇଥାଏ। ସେପ୍ଟମ୍ବର ମାସ ବେଳକୁ ଏଥିରେ ଭଟ୍ଟା ଆସିଥାଏ । ତେବେ ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଢେଉ ଅଧିକ କୂଳ ଲଙ୍ଘିବା ଆଶଙ୍କା ରହିଛି। ଏଥିପାଇଁ ପର୍ଯ୍ୟଟକଙ୍କୁ ସତର୍କ ସୂଚନା ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.