ଗୋପାଳପୁରରେ ଆର୍ମି ଏୟାର ଡିଫେନ୍ସ କଲେଜର ସମରାଭ୍ୟାସ ; କଠୋର ତାଲିମ ଓ ଦକ୍ଷତାର ଦମଦାର ପ୍ରଦର୍ଶନ

Published By : Prameya-News7 Bureau | May 05, 2018 IST

ବୀରତ୍ୱ, ଦକ୍ଷତାରେ ଭରପୁର ଅନ୍ୟତମ ଶ୍ରେଷ୍ଠ ଓ ଶକ୍ତିଶାଳୀ ଭାରତୀୟ ସେନାବାହିନୀ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଭାରତୀୟ ସେନାର ଏହି ବିଶେଷତାର ଏକ ଝଲକ ନିକଟରେ ଗେ।ପାଳପୁର ଆର୍ମି ଏୟାର ଡ଼ିଫେନ୍ସ କଲେଜରେ ଅନୁଷ୍ଠିତ ସମରାଭ୍ୟାସରେ ଦେଖିବାକୁ ମିଳିଛି । ଭାରତୀୟ ସେନାର ଯୁଦ୍ଧ କୌଶଳ ଓ ରଣନୀତିର ଝଲକରୁ ବାରି ହୋଇଛି ଏକ ଶକ୍ତିଶାଳୀ ସେନାର ଦକ୍ଷତା । ଗର୍ଜିଛି ଏଲ ୭୦ ଗନ୍ ... ଜେଡ଼୍ ୟୁ ୨୩ ଏମଏମ ଗନ୍ ର ତୁହାକୁ ତୁହା ଗୁଳି ବର୍ଷା ... ଟାର୍ଗେଟ କୁ ଲକ୍ଷ କରି ଫୁଟି ଚାଲିଛି ଗୁଳି । ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ଯାହାଜ, ଡ଼୍ରେ।ନ୍ , ମିଜାଇଲ୍ ସବୁକୁ ରୋକିବାର ଦକ୍ଷତା ପ୍ରଦର୍ଶନ । ଭାରତୀୟ ସୀମା ସୁରକ୍ଷା ସହ ଆକ୍ରମଣକୁ ପ୍ରତିହତ କରିବାର କଳା ପ୍ରଦର୍ଶନରେ କମ୍ପିଥିଲା ଗୋପାଳପୁର ଆର୍ମୀର ଏୟାର ଡିଫେନ୍ସ କଲେଜ ପରିସର। ଆକାଶରେ ନୀଳ,ନାଲି ଏବଂ ଧଳା ରଙ୍ଗର ଡ଼ୁପ୍ଲିକେଟ୍ ଡ୍ରୋନ୍ କୁ ଧ୍ୱଂସ କରିବାର କୌଶଳ ପ୍ରଦର୍ଶନ କରିଥିଲେ ବୀର ଓ ଦକ୍ଷ ଯବାନ । ଗୋପାଳପୁରରେ ସମୁଦ୍ରତଟରେ ୩ ହଜାର ଏକର ସ୍ଥାନରେ ସ୍ଥାପିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଶୁକ୍ରବାର ଅନୁଷ୍ଠିତ ଏହି ସମରାଭ୍ୟାସରେ ଦକ୍ଷତା ପ୍ରଦର୍ଶନ କରିଥିଲେ ଦେଶର ସୁରକ୍ଷାରେ ନିୟୋଜୀତ ଆର୍ମି, ନାଭାଲ, ଏୟାରଫୋର୍ସ ଏବଂ ସିଆଇଏସଏଫ ଜବାନ ମାନେ । ସର୍ବାଧୁନୀକ ଟେକନେ।ଲେ।ଜିର ଫ୍ଲାଏକ୍ୟାଚର ଏବଂ ଅପଗ୍ରେଡ଼େଡ଼୍ ଏସଏଫଏମ ରାଡ଼ାର ପ୍ରଦର୍ଶନ କରିଛି ଦକ୍ଷତା । ୫୦ କିଲେ।ମିଟର ଭିତରେ ଡ଼୍ରେ।ନ୍, ଯୂଦ୍ଧ ବିମାନ ସହ ଆକାଶରେ ଉଡୁଥିବା ସନ୍ଦିଗ୍ଧ ଉଡନ୍ତା ବସ୍ତୁକୁ ଠାବ କରିବାର କ୍ଷମତା ରଖିଛି ଏହି ରାଡ଼ାର । ଜବାନଙ୍କ ଟ୍ରେନିଙ୍ଗ୍ କ୍ୟାମ୍ପ୍ , ଭରପୁର ଆତ୍ମବିଶ୍ବାସ, ଦୃଢ ସାହସ ଓ ଜୋଶ୍ ରେ ସମେସ୍ତେ । ଅଫିସର ପାହ୍ୟା ଠାରୁ ଯବାନ ଏବଂ ସମସ୍ତ ସୁରକ୍ଷା କର୍ମୀଙ୍କୁ ଏଠାରେ ଦିଆଯାଏ ତାଲିମ । ଗନ,ଗ୍ରାନାଇଡ଼୍ ହ୍ୟାଂଡ଼େଲିଙ୍ଗ ତାଲିମ ନିଅନ୍ତି ୩ ହଜାରରୁ ଅଧିକ ଯବାନ । ବିଭିନ୍ନ କଠିନ ଓ ଦକ୍ଷତାବୃଦ୍ଧିର କଠୋର ତାଲିମ । ଦିତୀୟ ବିଶ୍ବଯୁଦ୍ଧ ସମୟରେ ଗୋପାଳପୁରରେ ବ୍ରିଟିଶ ସରକାର ଆଣ୍ଟି ଏୟାରକ୍ରାଫ୍ଟ ବେସ୍ ନାମରେ ଏହି ସାମରିକ ଘାଟି ପ୍ରତିଷ୍ଠା କରିଥିଲେ । ୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଆଧୁନିକତାର ଛାପ ଦେଇଥିଲେ ଓ ତାର ନାମକରଣ ହୋଇଥିଲା ଆର୍ମି ଏୟାର ଡ଼ିଫେନ୍ସ କଲେଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.