ବର୍ଷା ଓ ବନ୍ୟାର ପ୍ରକୋପ : ୨୯ଦିନରେ ଭାଙ୍ଗିଗଲା ୨୬୪ କୋଟି ଟଙ୍କାର ପୋଲ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିରୋଧୀ

Published By : Prameya-News7 Bureau | July 16, 2020 IST

ପାଟନା ୧୬।୦୭:  କିଛି ଦିନ ହେଲା ବିହାରରେ ବର୍ଷା ଓ ବନ୍ୟାର ପ୍ରକୋପ ଜାରି ରହିଛି । ବିହାରର ଛପ୍‌ରା ନିକଟ ଗୋପାଳଗଞ୍ଜରେ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ସତ୍ତରଘାଟ ମହାସେତୁ ପାଣିର ଚାପ ଯୋଗୁଁ ଭାଙ୍ଗିଯାଇଛି। ଏହି ମହାସେତୁର ପତନ ହେତୁ ଚମ୍ପରନ୍ ତିରୁହୁଟ୍ ଏବଂ ସାରନର ଅନେକ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହି ସେତୁ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

wp:html /wp:html

ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବ୍ରିଜ୍ ୨୯ ଦିନ ପରେ ଭୁଶୁଡ଼ିପଡ଼ିଲା। ବିହାରରେ ଗଣ୍ଡକ ନଦୀ ଉପରେ ୧ ଦଶମିକ ୪ କିଲୋମିଟର ଲମ୍ବ ଏହି ବ୍ରିଜକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତ ଜୁନ୍ ୧୬ ତାରିଖରେ ଉଦଘାଟନ କରିଥିଲେ। ୨୬୪ କୋଟି ଟଙ୍କାରେ ନିର୍ମିତ ଏହି ବ୍ରିଜ୍ ବିହାର ରାଜ୍ୟ ପୋଲ ନିର୍ମାଣ ନିଗମ ଦ୍ବାରା ନିର୍ମିତ ହୋଇଥିଲା। ଏହାକୁ ତିଆରି କରିବାକୁ ୮ ବର୍ଷ ଲାଗିଥିଲା।

wp:html /wp:html

କିନ୍ତୁ ପ୍ରବଳ ବନ୍ୟା ଯୋଗୁଁ ଗଣ୍ଡକ ନଦୀରେ ଜଳସ୍ତର ବଢ଼ିବା ସହିତ ଏହି ବ୍ରିଜ ଭୁଶୁଡ଼ି ପଡ଼ିଛି। ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏହି ବ୍ରିଜ୍ ଗୋପାଳଗଞ୍ଜରୁ ପୂର୍ବ ଚମ୍ପାରଣକୁ ସଂଯୋଗ କରୁଥିଲା। ଏହି ବ୍ରିଜ୍ ଭୁଶୁଡ଼ିବା ଘଟଣା ପାଇଁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତେଜଶ୍ବୀ ଯାଦବ ସିଧାସଳଖ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦାୟୀ କରିଛନ୍ତି। ନୀତିଶ କୁମାରଙ୍କ ଦ୍ବାରା ବ୍ରିଜ ଉଦଘାଟନ ହେବାର ୨୯ ଦିନ ପରେ ଏହା ଭୁଶୁଡ଼ି ପଡ଼ିଥିବାରୁ ନୀତିଶଙ୍କ ଶାସନ କାଳରେ କେମିତି ଦୁର୍ନୀତି ଚାଲିଛି ଏହା ତାର ଉଦାହରଣ ବୋଲି କହିଛନ୍ତି ତେଜଶ୍ବୀ ଯାଦବ। ବିହାର କଂଗ୍ରେସ ମୁଖ୍ୟ ମଦନ ମୋହନ ଝା ମଧ୍ୟ ନୀତିଶ କୁମରଙ୍କ ଉପରେ ବର୍ଷିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.