ଗୋପାଳ ସିଂହ ବିଶାରଦ- ୩୩ ବର୍ଷ ପୂର୍ବେ ହୋଇଥିଲା ମୃତ୍ୟୁ, ଆଜି ମିଳିଲା ରାମଲାଲାଙ୍କ ପୂଜା ପାଇଁ ଅଧିକାର

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ - ଅଯୋଧ୍ୟାରେ ରାମମନ୍ଦିର ଓ ବାବ୍ରୀ ମସ୍‌ଜିଦ୍‌ ମାମଲାରେ ସୁପ୍ରିମକୋର୍ଟଙ୍କର ୫ ଜଣିଆ ଖଣ୍ଡପୀଠ ନିଜର ରାୟ ସର୍ବ ସମ୍ମତି କ୍ରମେ ଶୁଣାଇଛନ୍ତି । ଏହି ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ଅଦାଲତ ରାୟରେ ପ୍ରକାଶ କରିଛନ୍ତି । ଏହା ସହ ଗୋପାଳ ସିଂ ବିଶାରଦଙ୍କୁ ରାମଲାଲାଙ୍କର ପୂଜାର ଅଧିକାର ଦିଆଯାଇଛି । ଗୋପାଳ ସିଂହ ବିଶାରଦଙ୍କର ମୃତ୍ୟୁ ୩୩ ପୂର୍ବରୁ ହୋଇଛି । ମୃତ୍ୟୁର ୩୩ ବର୍ଷ ପରେ ତାଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି ।

ମୁସଲିମ୍‌ ପକ୍ଷକୁ ଅଯୋଧ୍ୟାରେ ଅନ୍ୟ ସ୍ଥାନରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅନୁମତି ମିଳିଛି । ସୁନ୍ନି ଓ୍ୱାକଫ ବୋର୍ଡକୁ ଅଯୋଧ୍ୟାର ଅନ୍ୟ ସ୍ଥାନରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବା ପାଇଁ ସରକାରଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଏଥଇରେ ସିଆ ଓ୍ୱାକଫ ବୋର୍ଡର ଦାବିକୁ ରଦ୍ଦ କରାଯାଇଛି ।

ଗୋପାଳ ସିଂ ବିଶାରଦ ହିନ୍ଦୁ ମହାସଭାରେ ଥିଲେ । ସେ ୧୯୪୯ରେ ବାବ୍ରୀ ମସ୍‌ ମସ୍‌ଜିଦ୍‌ରେ ରାମଲାଲାଙ୍କର ମୂର୍ତ୍ତୀ ରଖାଯିବ ପରେ ୧୯୫୦ ମସିହାରେ ହିନ୍ଦୁ ମହାସଭା ପକ୍ଷରୁ ବ୍ୟକ୍ତିଗତ ଭାବେ ଦର୍ଶନ ଓ ପୂଜା କରିବା ପାଇଁ ଫୈଜାବାଦ ଅଦାଲତରେ ମାମଲା ଦାୟର କରିଥିଲେ ।

୧୯୫୦ ମସିହା ଜାନୁଆରୀ ୧୬ ତାରିଖରେ ଗୋପାଳ ବିଶାରଦ ସିଭିଲ୍ ଜଜ୍‌ଙ୍କ ଅଦାଲତରେ ମାମଲା ରୁଜୁ କରିଥିଲେ । ଏଥିରେ ଜହର ଅହମଦ୍‌ ଓ ଅନ୍ୟ ମୁସଲିମ୍‌ଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଏଥିରେ ରାମଲାଲାଙ୍କ ମୂର୍ତ୍ତୀ ସ୍ଥାନାନ୍ତର ନ କରାଯିବା ପାଇଁ ଆବେଦନ କରିଥିଲେ । ସିଭିଲ୍‌ ଜଜ୍‌ ସେହିଦିନ ହିଁ ସ୍ଥଗିତାଦେଶର ନିର୍ଦେଶ ଦେଇଥିଲେ । ଏହାକୁ ଅଳ୍ପ ସଂଶୋଧନ ସହ ହାଇକୋର୍ଟ ଅନୁମୋଦିତ କରିଥିଲେ ।

ଗୋପାଳ ସିଂହ ବିଶାରଦଙ୍କର ୧୯୮୬ରେ ମୃତ୍ୟୁ ହୋଇ ସାରିଛି । ଗୋପାଳ ସିଂ ବିଶାରଦଙ୍କ ପାଇଁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ହରିଶ ସାଲେଭେ ମାମଲାକୁ ପରିଚାଳନା କରୁଥିଲେ । ପରେ ରଣଜିତ୍‌ ସିଂ ଏହି ମାମଲାରେ ପକ୍ଷ ରଖିଥିଲେ । ଏହି ଜନ୍ମସ୍ଥାନର ମାଲିକ ସ୍ୱୟଂ ରାମଲାଲା ଏବଂ ତାଙ୍କ ମହକିଲ ତାଙ୍କର ଭକ୍ତ ବୋଲି ସେ ଯୁକ୍ତି କରିଥିଲେ ।

ଅଯୋଧ୍ୟା ପ୍ରସଙ୍ଗରେ ଯେଉଁ ଚାରୋଟି ମାମଲା ରୁଜୁ ହୋଇଥିଲା ,ସେଥିରୁ ଗୋଟିଏ ଗୋପାଲ ସିଂ ବିଶାରଦ ଦାୟର ବା ରୁଜ୍ଜୁ କରିଥିଲେ । ସେ ଅଯୋଧ୍ୟାର ସ୍ୱର୍ଗଦ୍ୱାର ଗଳିରେ ବସବାସ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.