ସମୁଦ୍ର କୂଳରେ ଦେଖାଗଲା ଏକ ବିକଟାଳ ଜୀବ : ଇଣ୍ଟରନେଟରେ ଭାଇରାଲ୍ ହେଲା ଫଟୋ

Published By : Prameya-News7 Bureau | September 10, 2020 IST

ସମୁଦ୍ରରେ ଅନେକ ଏପରି ଜୀବ ଅଛନ୍ତି ଯାହା ବିଷୟରେ ମନୁଷ୍ୟଙ୍କୁ ଏବେ ବି କୌଣସି ସୂଚନା ନାହିଁ। ଅଧିକାଂଶ ସମୟରେ ଏପରି ଜୀବ ସମୁଦ୍ର କୂଳରେ ଆସି ଯାଇଥାନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥାଏ।

{"id":327511,"sizeSlug":"large"}

ନିକଟରେ ଅଜଣା ସାମୁଦ୍ରିକ ଜୀବର ଭିଡିଓ ଭାଇରାଲ୍ ହୋଇଛି ଯାହା Gooseneck Barnacle ନାମକ ପ୍ରଜାତିର। ଏହି ପୋଷ୍ଟକୁ ମାର୍ଟିନ୍ ଗ୍ରୀନ୍ ନାମକ ବ୍ୟକ୍ତି ଫେସବୁକରେ କ୍ୟାପସନ୍ ସହ ସେୟାର କରିଥିଲେ।

{"id":327512,"sizeSlug":"large"}

ମାର୍ଟିନ୍ ଏବଂ ତାଙ୍କ ପରିବାର ଛୁଟିରେ ଥିଲେ। ସେମାନେ ଉତ୍ତର ଓ୍ବେଲ୍ସରୁ ଆସିଥିବାବେଳେ କେର୍ନାର୍ଫେନ କୂଳରେ ବୁଲୁଥିଲେ। ସେଠାରେ ସେମାନେ ଏକ ଅଦ୍ଭୁତ ସାମୁଦ୍ରିକ ଜୀବ ଦେଖିଥିଲେ।

{"id":327513,"sizeSlug":"large"}

ପାଖରୁ ଦେଖିବା ପରେ ସେମାନେ ଅନୁଭବ କରିଥିଲେ ଯେ କାଠରେ ଯେପରି ହଜାର ହଜାର ଅଦ୍ଭୁତ ଜୀବ ଲାଗିଛନ୍ତି। ସେମାନେ ଯେତେବେଳେ ଏହା ବିଷୟରେ ପତ୍ତା ଲଗାଇଥିଲେ ସେତେବେଳେ ସେମାନଙ୍କୁ ସୂଚନା ମିଳିଥିଲା ଯେ ଏହି ଜୀବକୁ Gooseneck Barnacle କୁହାଯାଇଥାଏ। ଏହା ଏକ ଦୁର୍ଲଭ ପ୍ରଜାତିର ଜୀବ।

{"id":327515,"sizeSlug":"large"}

ସେ ଏହା ମଧ୍ୟ ପତ୍ତା ଲଗାଇଥିଲେ ଏହି ଦୁର୍ଲଭ ଜୀବ ପର୍ତ୍ତୁଗାଲ୍ ଏବଂ ସ୍ପେନ ଅଞ୍ଚଳରେ ଦେଖାଯାଇଥାଏ। ଏହା ବହୁତ ମହଙ୍ଗା ହୋଇଥାଏ। ଇଣ୍ଟରନେଟରେ ଏହି ଦୁର୍ଲଭ ପ୍ରାଣୀକୁ ଦେଖି ସମସ୍ତେ ଡରି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.