ବିଚ୍‌ ରାସ୍ତାରେ ଉତ୍ପାତ ମଚାଇଲେ ୬ ଗୁଣ୍ଡା: ଯାହାକୁ ଦେଖିଲେ ପିଟିଲେ, ଲୋକଙ୍କୁ କଲେ ଲହୁଲୁହାଣ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ବିଚ୍‌ ରାସ୍ତାରେ ଗୁଣ୍ଡାଙ୍କ ଉତ୍ପାତ। ଯାହାକୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ ପିଟି ଚାଲିଲେ। ଦୁଇଟି ବାଇକ୍‌ରେ ଆସିଥିଲେ ୬ ଗୁଣ୍ଡା। ରାସ୍ତା ଉପରେ ଗାଡ଼ି ଅଟକାଇ ୫୦୦ ମିଟର ପରିଧିରେ ଯିଏ ବି ନଜର ଆସିଲେ ଅତର୍କିତ ଭାବେ ପିଟି ଚାଲିଲେ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ବାଲିୟରରେ।

ଦୁଇଟି ବାଇକ୍‌ରେ ଆସିଥିବା ୬ ଜଣ ଗୁଣ୍ଡା ବିଚ୍‌ ରାସ୍ତାରେ ଗାଡ଼ି ରଖି ଉତ୍ପାତ ଆରମ୍ଭ କରିଥଲେ। ଗାଡ଼ିରେ ଯାଉଥିବା ଲୋକଙ୍କୁ ଅଟକାଇ ମାଡ଼ ମାରିଥିଲେ। ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିବାରୁ ଅନେକ ଲୋକ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି। ଏପରିକି ଜଣେ ଫିଟ୍‌ନେସ୍‌ ଟ୍ରେନରକୁ ଅଟକାଇ ତାଙ୍କ ବେକରେ ଲୁହା ରଡ୍‌ ଲଗାଇ ଦେଇଥିଲେ। ଫଳରେ ସମ୍ପୃକ୍ତ ବ୍ୟକ୍ତି ବାକ୍‌ ଶକ୍ତି ହରାଇଛନ୍ତି । ପୂରା ଅଧଘଣ୍ଟା ରାସ୍ତାରେ ଉତ୍ପାତ ମଚାଇଥିଲେ ଗୁଣ୍ଡା ଦଳ। କିନ୍ତୁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଏପରିକି ଦୁଇ ଜଣ ବ୍ୟକ୍ତି ଇନ୍ଦ୍ରଗଞ୍ଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେବଳ ଏଫଆଇଆର୍‌ ରୁଜୁ କରି ନିଜ କାମ ସାରିଦେଇଥିବା କୁହାଯାଉଛି।

ଜଣେ ପୀଡ଼ିତ ଟ୍ରାଭେଲ୍‌ ଏଜେନ୍ସି ମାଲିକ କହିଛନ୍ତି, ନଦୀ ଗେଟ୍‌ ଛକରେ ନିଜ ବନ୍ଧୁଙ୍କ ସହ ରାତି ପ୍ରାୟ ୧୧.୪୦ରେ ଯିବା ସମୟରେ ଦୁଇଟି ବାଇକ୍‌ ସହ ୬ ଜଣ ଛିଡ଼ା ହୋଇଥିବା ଦେଖିଥିଲେ। ହଠାତ ସେମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଲୁହା ରଡ଼ରେ ତାଙ୍କ ବେକରେ ପ୍ରହାର କରିଥଲେ। ଫଳରେ ସେ ତଳେ ପଡ଼ିଯିବାରୁ ତାଙ୍କ ବନ୍ଧୁଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ସେମାନେ ଗୋଡ଼ାଇ ଗୋଡ଼ାଇ ପିଟି ଲହୁଲୁହାଣ କରିଥିଲେ ବୋଲି ଟ୍ରାଭେଲ୍‌ ଏଜେନ୍ସି ମାଲିକଜଣଙ୍କ କହିଛନ୍ତି ।

ତେବେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସୋମନେ ସେଠାରେ ନଥିଲେ। ପରେ ସିସିଟିଭି ଯାଞ୍ଚ କରାଯାଇଥିଲେ ହେଁ ସେମାନଙ୍କ ଗାଡ଼ି ନମ୍ବର ସ୍ପଷ୍ଟ ଜଣାପଡ଼ୁନଥିବା କହିଛନ୍ତି  ଇନ୍ଦ୍ରଗଞ୍ଜ ଥାନ ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.