ଚେନ୍ନାଇ ଏକ୍ସପ୍ରେସରେ ଲୁଟ : ଜଣେ ଯାତ୍ରୀଙ୍କ ମା’ଙ୍କ ଅସ୍ଥି କଳସ ମଧ୍ୟ ଲୁଟିନେଲେ ଦୁର୍ବୁତ୍ତ
17/03/2019 at 5:54 PM

ସାହାରନପୁର ୧୭/୩ : ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲାରେ ଟ୍ରେନରେ ଏକ ଡକାୟତି ହୋଇଛି | ଦୁର୍ବୁତ୍ତ ମାନେ ଜଣେ ବ୍ୟକ୍ତିଙ୍କ ମା’ଙ୍କ ଅସ୍ଥି କଳସ ମଧ୍ୟ ନେଇଯାଇଛନ୍ତି | ଶନିବାର ରାତିରେ ଚେନ୍ନାଇ ଏକ୍ସପ୍ରେସରେ କିଛି ଦୁର୍ବୁର୍ତ୍ତ ଡକାୟତି କରିଥିଲେ | ଦୁର୍ବୁତ୍ତମାନେ ଯାତ୍ରୀଙ୍କ ଗହଣା ଏବଂ ଟଙ୍କା ପଇସା ଲୁଟି ନେଇଥିଲେ | ଜଣେ ଯାତ୍ରୀଙ୍କ ମା’ଙ୍କ ଅସ୍ଥି କଳସ ମଧ୍ୟ ଲୁଟି ନେଇଥିଲେ ଦୁର୍ବୁର୍ତ୍ତ |
ପୋଲିସ ସୂତ୍ର ଅନୁଯାୟୀ, ଚେନ୍ନାଇର ଜଣେ ବ୍ୟକ୍ତି ନିଜ ମା’ଙ୍କ ଅସ୍ଥି ନେଇଯାଉଥିଲେ | ଯେତେବେଳେ ଦୁର୍ବୁତ୍ତମାନେ ଟ୍ରେନ ଲୁଟାଇଥିଲେ ସେତେବେଳେ ବ୍ୟକ୍ତି ଜଣକ କହିଥିଲେ ଯେ, କଳସରେ ତାଙ୍କ ମା’ଙ୍କ ଅସ୍ଥି ଅଛି | ତଥାପି ଦୁର୍ବୁତ୍ତମାନେ ବ୍ୟକ୍ତିଙ୍କ କଥା ନଶୁଣି ଅନ୍ୟ ଯାତ୍ରୀଙ୍କ ଗହଣାଗାଣ୍ଠି ଶହ ଅସ୍ଥି କଳସ ମଧ୍ୟ ନେଇଯାଇଥିଲେ |
ବ୍ୟକ୍ତି ଜଣକ ଅସ୍ଥିରେ ଗଙ୍ଗାରେ ବିସର୍ଜନ କରିବା ପାଇଁ ହରିଦ୍ୱାର ଯାଉଥିଲେ | ଦୁର୍ବୁତ୍ତମାନେ ଭାବିଥିଲେ କଳସ କିଛି ଦାମୀ ଜିନିଷ ଅଛି | ଟ୍ରେନରେ ଆଇଆଇଟି ରୁରକୀର ପ୍ରଫେସର କୁମାର ପି.ଙ୍କ ପରିବାରର ମହିଳା ସଦସ୍ୟ ଯାତ୍ରା କରୁଥିଲେ | ଦୁର୍ବୁତ୍ତମାନେ ତାଙ୍କ ଠାରୁ ସୁନା ଚେନ, କୁଣ୍ଡଳୀ, ମଙ୍ଗଳସୂତ୍ର ଲୁଟି ନେଇଛନ୍ତି | ପ୍ରଫେସର ଏନେଇ ଜିଆରପି ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି |
ସୂଚନାଯୋଗ୍ୟ ଯେ, ଦୁର୍ବୁତ୍ତମାନେ ଚେନ୍ନାଇ ଏକ୍ସପ୍ରେସର ୩ଟି ଡବାର ଯାତ୍ରୀଙ୍କ ଠାରୁ ଲୁଟିଥିଲେ | ଲୁଟାଇବାପରେ ଅଚାନକ ଟ୍ରେନରୁ ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ | ଦୁର୍ବୁତ୍ତମାନେ ଯୋଜନାବଦ୍ଧ ଭାବେ ସାହାରନପୁରରୁ ଟ୍ରେନ ଛାଡିବା ମାତ୍ରେ ଏସ୧, ଏସ୨ ଏବଂ ଏସ୩ ବଗିରେ ଚଢ଼ିଥିଲେ ଏବଂ ଲୁଟିଥିଲେ | ରେଲୱେର ଜଣେ ବରିଷ୍ଠ ଅଧିକାରୀ ଏହି ମାମଲାର ସମସ୍ତ ତଥ୍ୟ ଜୁଟାଇବା ପାଇଁ ଚେଷ୍ଟା କରୁଛନ୍ତି | କିଭଳି ଏବଂ କେତେଲୋକ ଲୁଟପାଟ କରିଥିଲେ ସେନେଇ ତଦନ୍ତ କରିଛନ୍ତି |