ଗୁଗଲ୍ ବନ୍ଦ କଲା ନିଜର ଲୋକପ୍ରିୟ ଆପ୍ : ୨୦୧୧ମସିହାରେ ହୋଇଥିଲା ଆରମ୍ଭ

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩/୧୦: Google ଦୀର୍ଘ ଦିନ ପରେ Google Play Musicକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ YouTube Music ଆରମ୍ଭ କରିବାବେଳେ ଏହା ବିଷୟରେ ଜଣା ପଡ଼ି ଯାଇଥିଲା।

Google Play Music କୁ ୮ବର୍ଷ ତଳେ ୨୦୧୧ମସିହାରେ ଲଞ୍ଚ କରାଯାଇଥିଲା। କିଛି ସମୟ ଯାଏଁ ଏହାକୁ ଭିଟାରେ ରଖାଯାଇଥିଲା ଏବଂ ଏହା ପରେ ୨୦୧୧ମସିହାର ନଭେମ୍ବରରେ ଏହାକୁ ଫାଇନାଲ୍ ଲଞ୍ଚ କରାଯାଇଥିଲା।

ଏବର୍ଷ ଅଗଷ୍ଟରେ ଗୁଗଲ୍ କହିଥିଲା ଯେ କମ୍ପାନୀ ଏବେ Google Play Musicକୁ ଧୀରେ ଧୀରେ ବନ୍ଦ କରିବ। ଅକ୍ଟୋବର ଆସି ସାରିଛି ଏବଂ କମ୍ପାନୀ କମ୍ପାନୀ ନିଜ ପ୍ରତିଶୃତି ମୁତାବକ ଏହାକୁ YouTube Music ରୁ ରିପ୍ଲେସ୍ କରୁଛି।

ଏବେ Google Play Music କୁ ଅଫିସିଆଲି ସଟ୍ ଡାଉନ୍ କରାଯାଉଛି। Google Play Music ଆପ୍ ଓପନ କରିବା ମାତ୍ରେ ଏହି ସର୍ଭିସ୍ ଶଟ୍ ଡାଉନ୍ କରାଯିବାର ମ୍ୟାସେଜ ଦିଆଯାଉଛି।

Google Play Music ରୁ YouTube Musicରେ ଟ୍ରାକସକୁ ମାଇଗ୍ରେଟ୍ କରି ପାରିବେ। ଆପ୍ ଓପନ କରିବା ମାତ୍ରେ Google Play Music No longer Available ବଡ଼ ଶବ୍ଦରେ ଲେଖାଯାଇଛି।

ଏଠାରୁ Google Play Musicର କଣ୍ଟେଣ୍ଟକୁ YouTube Musicରେ ଟ୍ରାନ୍ସଫର କରିପାରିବେ। ଏଠାରେ Manage your data ର ଅପସନ୍ ମଧ୍ୟ ଦିଆଯାଇଛି। ଏହା ଅନୁସାରେ Google Play Music ରେ ଆପଣଙ୍କ ଲାଇବ୍ରେରୀ ଡାଉନଲୋଡ ହୋଇପାରିବ।

ଏଠାରୁ ଆପଣ ରିକମେଣ୍ଡେସନ ହିଷ୍ଟ୍ରି ବି ଚାହିଁଲେ ଡିଲିଟ୍ କରିପାରିବେ। YouTube Music ରେ ଆପଣଙ୍କ ପାଖରେ ସବସ୍କ୍ରିପ୍ସନ ଅପ୍ସନ୍ ରହିଛି। ଟଙ୍କା ଦେଇ ଆପଣ ସବସ୍କ୍ରିପ୍ସନ୍ ନେଇପାରିବେ। ଗୀତ ଇଣ୍ଟରନେଟରୁ କନେକ୍ଟ କରି ଆପଣ ମାଗଣାରେ ଶୁଣି ପାରିବେ କିନ୍ତୁ ଫ୍ରି ଭର୍ସନରେ କୌଣସି ଫିଚର ମିଳେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.