ହ୍ୟାକରମାନଙ୍କୁ ଗୁଗୁଲ ଦେବ ୧୧ କୋଟି ଟଙ୍କା - ଜାଣନ୍ତୁ କାହିଁକି

Published By : Prameya-News7 Bureau | November 24, 2019 IST

ସିଲିକନ୍‌ଭ୍ୟାଲି - ଗୁଗୁଲ ବିଭିନ୍ନ ଏଥିକାଲ ହ୍ୟାକରମାନଙ୍କୁ ୧୧ କୋଟି ଟଙ୍କା ଦେବ । ଆମେରିକୀୟ ଡଲାରେ ଏହା ଏକ ମିଲିୟନ । ଗୁଗୁଲ୍‌ର ପିକ୍ସେଲ ସିରିଜ୍‌ ସ୍ମାର୍ଟ ଫୋନ୍‌ରେ ବିଭିନ୍ନ ତ୍ରୁଟି ଓ ଦୋଷକୁ ଏମାନେ ବାହାର କରିବେ ।

ଏହା ବ୍ୟତୀତ ଗୁଗୁଲ ଆହୁରି ୩.୫ କୋଟି ଟଙ୍କା ପ୍ରଦାନ କରିବ ବୋଲି କହିଛି । କେହି ଏହାର ଡେଭଲପରସ୍‌ ଭର୍ସନରେ କୌଣସି ଦୋଷ ବା ତ୍ରୁଟି ଦର୍ଶାଇଲେ ଏହି ରାଶି ପ୍ରଦାନ କରାଯିବ । ଏବେ ଆଣ୍ଡ୍ରଏଡ୍‌ ଭର୍ସନ ଫୋନ୍‌ମାନଙ୍କର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । କେବଳ ସେତିକି ନୁହେଁ ଗୁଗୁଲ୍‌ ନିଜର ପିକ୍ସେଲ ସିରିଜ୍‌ ଆଣ୍ଡ୍ରେଏଡ୍‌ ଫୋନ୍‌ ଲଞ୍ଚ୍‌ କରିଛି ।

ଗୁଗୁଲ୍‌ ପିକ୍ସେଲ୍‌ ଥ୍ରୀ ଫୋନ୍‌ରେ ଟାଇଟନ୍‌ ଏମ୍‌ ସିକ୍ୟୁରିଟି ଚିପ୍‌ ଲଞ୍ଚ୍‌ କରିଥିଲା । ଏହି ଚିପ୍‌ ପିକ୍ସେଲ ସ୍ମାର୍ଟ ଫୋନ୍‌ର ବୁଟ୍‌ କଣ୍ଡିସନ୍‌ , ଭେରିଫାଇ ଫାର୍ମଓ୍ୱାର ସିଗନେଚର୍‌ , ହ୍ୟାଣ୍ଡେଲ ଲକ୍‌ ଓ ସ୍କ୍ରିନ୍‌ ପାସକୋଡ୍‌ । ପିକ୍ସେଲ ୪ ଫୋନ୍‌ରେ ବି ଏହି ଚିପ୍‌ ବ୍ୟବହାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.