ଗୁଗୁଲ ଆପଣଙ୍କ ଅନଲାଇନ୍‌ କିଣାକିଣିରେ ରଖୁଛି ନଜର, ଜାଣନ୍ତୁ

Published By : Prameya-News7 Bureau | May 19, 2019 IST

ପ୍ରାୟତଃ ଲୋକ ନିଜ ପର୍ସନଲ ଜିମେଲ୍‌ ଆକାଉଣ୍ଟରୁ ଘର ପାଇଁ ଅନଲାଇନ୍‌ କିଣାକିଣି କରନ୍ତି। ଅନଲାଇନ ସପିଙ୍ଗର ସୁବିଧା ହେଲା ପରେ ଆଧୁନିକ ଯୁଗରେ ଲୋକେ ଘରେ ବସି ନିଜ କାମ କରୁଛନ୍ତି। ତେବେ ଆପଣଙ୍କୁ ପ୍ରତ୍ୟେକ ଅନଲାଇନ୍‌ ସପିଙ୍ଗରେ ଯେଉଁ ରସିଦ ମିଳିଥାଏ ତାହା ଉପରେ ଗୁଗୁଲ ନଜର ରଖିଥାଏ।

ସିଏନବିସି ରିପୋର୍ଟ ଅନୁସାରେ, ୟୁଜରର୍ସଙ୍କ ପାଇଁ ଏହି ସୂଚନା ୱେବଟୁଲ୍‌ ମାଧ୍ୟମରେ ଜାଣିହୁଏ। କମ୍ପାନୀର ଦାବି ଯେ, ଏହି ୱେବ ଟୁଲ ଲୋକଙ୍କ ଡାଟାକୁ ଗୋପନ କରି ରଖେ। କିନ୍ତୁ ଗୁଗୁଲ ଅନୁସାରେ କୌଣସି ବ୍ୟକ୍ତିଗତ ବିଜ୍ଞାପନ ପାଇଁ ଗୁଗୁଲ କିଛି ସୂଚନା ରଖେ ନାହିଁ।

୨୦୧୭ ମସିହାରେ କମ୍ପାନୀ କହିଥିଲା ଯେ, ଜିମେଲ ମେସେଜ ଦ୍ବାରା ମିଳୁଥିବା ଡାଟାର ବ୍ୟବହାର ପର୍ସନାଲାଇଜ ବିଜ୍ଞାପନରେ କରିବା ବନ୍ଦ କରିଦେଇଥିଲା। ଗୁଗୁଲ ଅନୁସାରେ ଅନଲାଇନ ସପିଙ୍ଗ, ବୁକିଂ ବା ସବସ୍କ୍ରିବସନକୁ ଦେଖେଇବା ପାଇଁ ଏକ ପ୍ରାଇଭେଟ ସ୍ଥାନ ପ୍ରସ୍ତୁତ କରାଯାଇଛି।

ଏହି ସୂଚନା ଡିଲିଟ କରିବାର ସୁବିଧା ଅଛି ବୋଲି ଗୁଗୁଲ କହିଛି। ବିଜ୍ଞାପନ ଦେବା ପାଇଁ ଜିମେଲ ଆକାଉଣ୍ଟରୁ ଇମେଲ ରସିଦ ଓ ପରଚେଜ ପେଜରେ କନଫର୍ମେସନ ସହ କୌଣସି ସୂଚନାର ଉପଯୋଗ ଗୁଗୁଲ କରେ ନାହିଁ । ଏହି ଟୁଲ ଏବେ ଇଣ୍ଟରନେଟରେ ଉପଲବ୍ଧ ଅଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.