Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିଏ ଏହି କାମିନୀ ରାଏ ଯିଏ ଆଜି ଗୁଗୁଲରେ ହେଲେ ଡୁଡୁଲ

ଗୁଗୁଲରେ ଆଜି କାମିନୀ ରାୟଙ୍କର ୧୫୫ତମ ଜନ୍ମଦିନ ଉପଲକ୍ଷେ ତାଙ୍କର ଡୁଡୁଲ କରାଯାଇଛି। ଏହି ଡୁଡୁଲରୁ ଜଣା ପଡୁଛି ଯେ, କାମିନୀ ରଏ ଏମିତି ହିଁ କିଛି କାର୍ଯ୍ୟ କରିଥିଲେ ଯାହାର ପ୍ରଭାବ ହଜାର ହଜାର ମହିଳାଙ୍କ ଉପରେ ପଡିଥିଲା। ତେବେ ଅଧିକାଂଶ ଲୋକେ ଭାବୁଥିବେ କିଏ ଥିଲେ ଏହି କାମିନୀ ରାଏ।

୧୮୬୪ ମସିହା ଅକ୍ଟୋବର ମାସ ୧୨ ତାରିଖରେ ତତ୍‌କାଳୀନ ବଙ୍ଗଳାର ବେକରଙ୍ଗଜ ଜିଲ୍ଲାରେ କାମିନୀଙ୍କ ଜନ୍ମ ହୋଇଥିଲା। କାମିନୀ ଜଣେ ସମାଜସେବୀ ଥିଲେ। ସେ ମହିଳାଙ୍କୁ ସଚେତନ କରିବା ପାଇଁ କବିତା ଲେଖୁଥିଲେ। ହେଲେ ଖାସ କଥା ଏହା ଯେ, ବ୍ରିଟିଶ ସମୟର ଭାରତରେ ସେ ସ୍ନାତକ ଡିଗ୍ରି ହାସଲ କରିଥିବାର ପ୍ରଥମ ଭାରତୀୟ ମହିଳା ଥିଲେ। ।

କାମିନୀ ରାଏ ସଂସ୍କୃତରେ ଅନର୍ସ ସହ ସ୍ନାତକ ଡିଗ୍ରି ହାସଲ କରିଥିଲେ।୧୮୮୬ ମସିହାରେ କୋଲକାତା ବିଶ୍ବବିଦ୍ୟାଳୟରୁ ସେ ଏହି ଡିଗ୍ରି ହାସଲ କରିଥିଲେ। ଡିଗ୍ରି ପରେ ତାଙ୍କୁ ସେଠାରେ ପଢାଇବା ପାଇଁ ଚାକିରୀ ମିଳିଥିଲା।

ହେଲେ ତାଙ୍କ କବିତା ଯୋଗୁଁ ସେ ଶ୍ରେଷ୍ଠ ପଦ ହାସଲ କରିଥିଲେ ଯାହା ତାଙ୍କର ଏକ ନିଆରା ପରିଚୟ ସୃଷ୍ଟି କରିଥିଲା ।୧୯୨୬ ମସିହାରେ ବଙ୍ଗାଳୀ ମହିଳାମାନଙ୍କ ମତଦାନ ଅଧିକାର ପାଇଁ ସେ ଲଢେଇ ଆରମ୍ଭ କରିଥିଲେ ।  ରାଜନୀତିରେ ସେ ବେଶ ବିଚକ୍ଷଣ ଥିଲେ। ଜୀବନର ଶେଷ ସମୟରେ କାମିନୀ ବିହାର ସ୍ଥିତ ହଜାରିବାଗ ଜିଲ୍ଲାରେ ରହୁଥିଲେ। ୧୯୩୩ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା।  

.

292 Views

   ସମ୍ବନ୍ଧିତ ଖବର