Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ଏବେ ଭୂମିକମ୍ପ ଆସିବା ଆଗରୁ କାମ ଦେବ ଆପଣଙ୍କ ଆଣ୍ଡ୍ରଏଡ ଫୋନ୍ : ଗୁଗଲ୍ କରାଇବ ସତର୍କ

12/08/2020 at 1:17 PM

ଭୂମିକମ୍ପ ଆସିବା ପୂର୍ବରୁ ସାଧାରଣତଃ ଲୋକେ ନ୍ୟୁଜ୍ ଚ୍ୟାନେଲ୍ କିମ୍ବା ଓ୍ବେବସାଇଟ୍,ଟ୍ବିଟର ଚେକ୍ କରିଥାନ୍ତି। ଏବେ ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଗୁଗଲ୍ ଏକ ନୂଆ ଜିନିଷ ତିଆରି କରୁଛି। ଗୁଗଲ୍ ଦ୍ବାରା ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଆର୍ଥକ୍ବେକ୍ ଓ୍ବାର୍ଣ୍ଣିଂ ଟୁଲ୍ସ ଆଡ କରାଯାଉଛି। ଏଥିରେ ସ୍ୟାମସଙ୍ଗ ଗାଲାକ୍ସି ସିରିଜର ସ୍ମାର୍ଟଫୋନ୍ ସାମିଲ ରହିଛି।

ଗୁଗଲ୍ କହିଛି ଯେ ସେ ଆଣ୍ଡ୍ରଏଡ ଡିଭାଇସରେ ଆର୍ଥକ୍ବେକ୍ ଆଲର୍ଟସ୍ ପଠାଇବା ପାଇଁ U.S. ଜିଓଲୋଜିକାଲ୍ ସର୍ଭେ ସହ ମିଶି କାମ କରିବା ଆରମ୍ଭ କରୁଛି। ଆଲର୍ଟ ପଠାଇବା କାଲିଫର୍ଣ୍ଣିଆରେ ଆରମ୍ଭ କରାଯିବ। କାଲିଫର୍ଣ୍ଣିଆରେ ଆଣ୍ଡ୍ରଏଡ ତରଫରୁ ଫୋନ୍ ପାଇଁ ଆଲର୍ଟ ShakeAlert ଆର୍ଥକ୍ବେକ୍ ଅର୍ଲି ଓ୍ବାର୍ଣ୍ଣିଂ ସିଷ୍ଟମ୍ ଜରିଆରେ ପଠାଯିବ।

ଗୁଗଲ୍ ଏକ ବ୍ଲଗ୍ ପୋଷ୍ଟରେ କହିଛି,‘ ଦେଶବ୍ୟାପି ପ୍ରାକୃତିକ ବିପଦର ଜୋରସୋରରେ ବଢ଼ୁଛି। ଏପରି କ୍ଷେତ୍ରରେ ଆମେ ଚିନ୍ତା କରିଛୁ ଯେ ଆଣ୍ଡ୍ରଏଡ ଡିଭାଇସର ସାହାଯ୍ୟ ନିଆଯାଇପାରିବ। ଭୂମିକମ୍ପ ଭଳି ପରିସ୍ଥିତିରେ ଲୋକଙ୍କୁ କିଛି ସେକେଣ୍ଡ ପୂର୍ବରୁ ଆଲର୍ଟ ପଠାଇ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷିତ ରହିବା ଦିଗରେ ସାହାଯ୍ୟ କରାଯାଇପାରିବ।

କମ୍ପାନୀ କହିଛି ଯେ ଭୂମିକମ୍ପ ଆସିଲେ ଏହାକୁ ଡିଟେକ୍ଟ କରିବା ଏବଂ ଆଲର୍ଟିଂ ସିଷ୍ଟମକୁ ଆଡଭାନ୍ସ ସିଗ୍ନାଲ ପଠାଇବା ପାଇଁ ଆଣ୍ଡ୍ରଏଡ ଫୋନକୁ ମିନି ସିସ୍ମୋମିଟରରେ ପରିବର୍ତ୍ତନ କରାଯାଇପାରିବ। ଗୁଗଲ୍ ବ୍ଲଗ୍ ପୋଷ୍ଟରେ କହିଛି ଯେ ଆମେ ଏହାକୁ ଆଣ୍ଡ୍ରଏଡ ଆର୍ଥକ୍ବେକ ଆଲର୍ଟିଂ ସିଷ୍ଟମ୍ କହୁଛୁ।

କମ୍ପାନୀ କହିଛି ଯେ ଅଧିକାଂଶ ସ୍ମାର୍ଟଫୋନ୍ ଛୋଟ ଏକ୍ସିଲେରୋମିଟର ସହ ଆସିଥାନ୍ତି ଯାହା ଭୂମିକମ୍ପକୁ ସେନ୍ସ କରିପାରନ୍ତି। ଏହା ସହିତ କମ୍ପାନୀ ଏହା ମଧ୍ୟ କହିଛି ଯେ ଏହା P ଓ୍ବେବ୍ ଡିଟେକ୍ଟ କରିବାରେ ମଧ୍ୟ ସକ୍ଷମ। ଯାହା ଭୂମିକମ୍ପ ଆରମ୍ଭ ହେବା ପରେ ସର୍ବପ୍ରଥମେ ଓ୍ବେବ ହୋଇଥାଏ ଏବଂ ପରେ ଆସୁଥିବା S ଓ୍ବେବ ତୁଳନାରେ ଖୁବ୍ କମ୍ ଡ୍ୟାମେଜିଂ ହୋଇଥାଏ।

ଯଦି ଫୋନ୍ କୌଣସି ଏପରି ଜିନିଷକୁ ଡିଟେକ୍ଟ କରିଥାଏ,ଯେପରିକି ଭୂମିକମ୍ପ ତେବେ ଏହା ତୁରନ୍ତ ଗୁଗଲର ଆର୍ଥକ୍ବେକ ଡିଟେକ୍ସନ ସର୍ଭରକୁ ଏକ ସିଗନାଲ ଦେବ। ଏହା ସହିତ ଯେଉଁଠି ଭୂମିକମ୍ପ ଭଳି ଲକ୍ଷଣ ନଜର ଆସିଛି ସେଠାକୁ ମଧ୍ୟ ଲୋକେସନ ପଠାଇବ। ଏହା ପରେ ସର୍ଭର ବାକି ଫୋନରୁ ମିଳିଥିବା ସୂଚନାକୁ କମ୍ବାଇନ୍ କରି ଏହା ବୁଝିବାକୁ ଉଦ୍ୟମ କରିବ ଯେ କ’ଣ ପ୍ରକୃତରେ ଭୂମିକମ୍ପ ଆସୁଛି।

ଗୁଗଲ୍ କହିଛି ଯେ ଯଦି ଆପଣଙ୍କୁ ଏପରି ଲାଗୁଛି ଯେ ଆପଣଙ୍କ ଆଖପାଖରେ ଭୂମିକମ୍ପ ଆସୁଛି ତେବେ ଏବେ ଠୁ ଆପଣ ଗୁଗଲ ସର୍ଚ୍ଚ ବାରରେ earthquakeକିମ୍ବା  earthquake near me ର ସର୍ଚ୍ଚ ରେଜଲ୍ଟ ଦେଖିପାରିବେ।

   Related Posts