ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ଗୁଗଲ୍ ପ୍ଲସ୍ : ସେଭ୍ କରିନିଅନ୍ତୁ ସବୁ ଡାଟା

Published By : Prameya-News7 Bureau | February 03, 2019 IST

ନୂଆଦିଲ୍ଲୀ ୩/୨: ଏପ୍ରିଲ୍ ୨ତାରିଖରୁ ଗୁଗଲର ସୋଶିଆଲ ମିଡିଆ ପ୍ଲାଟଫର୍ମ୍ ଗୁଗଲ୍ ପ୍ଲସ୍ ବନ୍ଦ ହୋଇଯିବ। ଗୁଗଲର କହିବା ଅନୁସାରେ ଏହାର କମ୍ ବ୍ୟବହାର ଏବଂ ସେଫଟି ଚ୍ୟାଲେଞ୍ଜ ଯୋଗୁଁ ଏହି ପ୍ଲାଟଫର୍ମକୁ ବନ୍ଦ କରାଯାଉଛି। ନିଜ ବ୍ଲଗ୍ ପୋଷ୍ଟରେ ଗୁଗଲ୍ କହିଛି ଯେ,‘‘ ଗୁଗଲ୍ ପ୍ଲସର ଅଂଶ ହେବାପାଇଁ ଆମେ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଚାହୁଁଛୁ।’’

{"id":81267,"width":589,"height":331}

ଏହା ସହିତ ଏଥିରେ ଥିବା ସମସ୍ତ କଞ୍ଜୁମରଙ୍କ ଆକାଉଣ୍ଟରେ ଥିବା ସମସ୍ତ ଡାଟା ମଧ୍ୟ ହଟାଇ ଦିଆଯିବ। ଗୁଗଲ୍ କହିଛି ଯେ ଗୁଗଲ୍ ପ୍ଲସ୍ ବନ୍ଦ ହୋଇଯିବା ପୂର୍ବରୁ ନିଜର ସମସ୍ତ ଡାଟାକୁ ସେଭ୍ କରି ନିଅନ୍ତୁ। ବ୍ୟାକ ଅପ୍ ଭାବେ ଥିବା ଫଟୋ ଏବଂ ଭିଡିଓକୁ ଗୁଗଲ୍ ଡିଲିଟ୍ କରିବ ନାହିଁ। କମ୍ପାନୀ ଗୁଗଲ୍ ପ୍ଲସକୁ ବନ୍ଦ କରିବାର ନିଷ୍ପତ୍ତି ୫କୋଟିରୁ ବି ଅଧିକ ଗ୍ରାହକଙ୍କ ସୁରକ୍ଷା ପ୍ରତି ବାଧା ଉପୁଜିବା ପରେ କରିଥିଲା।

{"id":81268,"width":596,"height":298}

ନିଜ ବ୍ଲଗରେ କମ୍ପାନୀ ସିଧାସଳଖ କହିଦେଇଛି ଯେ ଫେବୃୟାରୀ ୪ତାରିଖ ପରଠୁ କୈାଣସି ଗ୍ରାହକ ଗୁଗଲ୍ ପ୍ଲସରେ ନୂଆ ପ୍ରୋଫାଇଲ୍,ପେଜ୍,ଇଭେଣ୍ଟ କିମ୍ବା କମ୍ୟୁନିଟି କରିପାରିବ ନାହିଁ। ଗୁଗଲ୍ ପ୍ଲସର ବଟନକୁ ସାଇନ୍ ଇନ୍ କରିବା ପାଇଁ ଗୁଗଲ୍ ସାଇନ୍ ଇନରୁ ରିପ୍ଲେସ୍ କରି ଦିଆଯିବ। ଗୁଗଲ୍ ପ୍ଲସକୁ ୨୦୧୦ ଅଗଷ୍ଟ ମାସରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଗୁଗଲ୍। କିନ୍ତୁ ସୁରକ୍ଷା କାରଣରୁ ଏହାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରାଯାଉଛି। ଗୁଗଲ୍ ଯେବେ ଲଞ୍ଚ କରାଯାଇଥିଲା ସେତେବେଳେ ଏହାର ଗ୍ରାହକଙ୍କ ସଂଖ୍ୟା ୪୫୦ମିଲିୟନ୍ ଡଲାର ଥିଲା,କିନ୍ତୁ କିଛି ଦିନ ପରେ ୨୦୧୫ମସିହାରେ ଗ୍ରାହକଙ୍କ ସଂଖ୍ୟା ୧୧୧ମିଲିୟନ୍ ଅର୍ଥାତ୍ ୧୧କୋଟି ଥିଲା।

{"id":81269,"width":594,"height":480}

ଗୁଗଲ୍ ପ୍ଲସ୍ ସେତେ ଲୋକପ୍ରିୟ ହୋଇପାରିନଥିଲା। ଏହାର ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ କମି କମି ଯାଉଥିଲା। ଏଥିପାଇଁ ଗୁଗଲ୍ ପ୍ରଥମେ ଘୋଷଣା କରିଥିଲା ଯେ ୨୦୧୯ ଅଗଷ୍ଟରେ ଏହି ସେବା ବନ୍ଦ କରିବ। କିନ୍ତୁ ମିଳିଥିବା ସୂଚନା ମୁତାବକ ଏହାକୁ ଏପ୍ରିଲ୍ ୨ତାରିଖରୁ ବନ୍ଦ କରାଯାଉଛି। ଗୁଗଲ୍ ପ୍ଲସରେ ନିଜ ଡାଟା ଡାଉନଲୋଡ୍ କରିବା ପାଇଁ କମ୍ପାନୀ ଗ୍ରାହକଙ୍କୁ ସମୟ ଦେଇଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.