Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ପ୍ଲେ-ଷ୍ଟୋରରୁ ନେଗେଟିଭ୍ ରିଭ୍ୟୁ ହଟିଲା, ବୃଦ୍ଧି ପାଇଲା ଟିକଟକ୍‌ର ରେଟିଂ

28/05/2020 at 10:04 PM

ନୂଆଦିଲ୍ଲୀ,୨୮|୦୫:  ୟୁଟ୍ୟୁବ୍ ଓ ଟିକଟିକ୍ ମଧ୍ୟ ବିବାଦ ଲାଗି ରହିଛି । ଉଭୟ ପ୍ଲାଟଫର୍ମର ୟୁଜର ଉଭୟଙ୍କୁ ସମାଲୋଚନା ସହ ବିରୋଧ ମଧ୍ୟ କରୁଛନ୍ତି । ଗୁଗୁଲ୍ ପ୍ଲେ ଷ୍ଟାରରେ ଟିକଟକ୍‌ର ରେଟିଂ ମଧ୍ୟ ହ୍ରାସ ପାଇବାରେ ଲାଗିଥିଲା । ଏବେ ଏଥିରେ ବ୍ରେକ୍ ଲାଗିଛି । ପ୍ଲେଷ୍ଟୋରରେ ଟିକଟକର ରେଟିଂ ୧.୨ରୁ ୪.୪କୁ ବୃଦ୍ଧି ପାଇଛି ।

ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଟିକଟକ୍ ବିରୋଧରେ କ୍ୟାମ୍ପେନ୍ ଜୋର ଧରିଛି । ଟିକଟକକୁ ବ୍ୟାନ୍ କରିବା ପାଇଁ ଅନେକ ଦାବି କରୁଛନ୍ତି । ଏହି ଭିଡିଓ ଆପ୍ ପାଇଁ ଅନେକ ଜୀବନ ଯାଇଥିବା ସହ ଏହା ବିପଦ ସୃଷ୍ଟି କରୁଛି ବୋଲି କେତେକ ମତ ଦେଇଛନ୍ତି । ଆହୁରି ମଧ୍ୟ ଏହି ଆପ୍ ଚୀନର ହୋଇଥିବା ବେଳେ ଏହାକୁ ବୟକଟ୍ କରିବା ପାଇଁ ଆଉ କିଛି ଦାବି କରିଛନ୍ତି ।

ନିକଟରେ ଟିକଟକ୍ ବିରୋଧରେ ପ୍ଲେଷ୍ଟୋରରେ ଅନେକ ନେଗେଟିଭ୍ କମେଣ୍ଚ କରାଯାଇଥିଲା । ଅନେକ ୟୁଜର ଟିକଟକକୁ ଅନଇନଷ୍ଟଲ୍ କରିଥିଲେ । ଏପରିକି କମେଣ୍ଟରେ ଆପ୍ଲିକେସନ ବିରୋଧରେ କହିଥିଲେ । ନେଗେଟିଭ୍ ରେଟିଂ ମଧ୍ୟ ଦେଇଥିଲେ । ଫଳରେ ଟିକଟକର ରେଟିଂ ୧.୨କୁ ହ୍ରାସ ପାଇଥିଲା ।

ଅଭିଯୋଗ ହୋଇଥିଲା ଯେ କେତେକ ୟୁଜର ଫେକ୍ ଆଇଡି ଖୋଲି ଉଦ୍ଦେଶ୍ୟମୂଳକ ଭାବେ ଟିକଟକକୁ ବିରୋଧ କରୁଛନ୍ତି । ଏପରି ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଏହି ସବୁ କମେଣ୍ଟକୁ ପ୍ଲେଷ୍ଟୋର ହଟାଇ ଦେଇଛି । ଫଳରେ ଟିକଟକର ରେଟିଂ ୧.୨ରୁ ୪.୪କୁ ବୃଦ୍ଧି ପାଇଛି ।

   Related Posts