Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଗୁଗଲ ପ୍ଲେ-ଷ୍ଟୋରରୁ Paytmକୁ ହଟାଇଲା ଗୁଗଲ, ନିୟମ ଉଲ୍ଲଂଘନ କରୁଥିବାରୁ ହେଲା କାର୍ଯ୍ୟାନୁଷ୍ଠାନ

18/09/2020 at 3:34 PM

ନୂଆଦିଲ୍ଲୀ ୧୮/୦୯: ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ସର୍ଭିସ ଆପ୍ ପେଟିଏମକୁ ଗୁଗଲ ପ୍ଲେ-ଷ୍ଟୋରରୁ ହଟାଇ ଦିଆଯାଇଛି। ଅଚାନକ ଏହା ପ୍ଲେ-ଷ୍ଟୋରରୁ ଗାଏବ ହୋଇଯାଇଛି। ପେଟିଏମ ହଠାତ ଅଦୃଶ୍ୟ ହୋଇଯିବାରୁ ଏହା ଏ​ବେ ଚର୍ଚାର ପ୍ରସଙ୍ଗ ହୋଇଛି। ତେବେ ଏହା ଗୁଗଲ ପ୍ଲେ ଷ୍ଟୋରରୁ ଗାଏବ ହେଲେ ମଧ୍ୟ ବ୍ୟବସାୟ ପାଇଁ ପେଟିଏମ, ପେଟିଏମ ମନି, ପେଟିଏମ ମଲ ଏବଂ କମ୍ପାନି ମାଲିକାନାରେ ଥିବା ଅନ୍ୟ ସମସ୍ତ ଆପ୍ ପ୍ଲେ-​ଷ୍ଟୋରରେ ଉପଲବ୍ଧ ଅଛି।

କୁହାଯାଉଛି ଗୁଗଲ ଏହାର ନିର୍ଦେଶାବଳୀ ଉଲ୍ଲଂଘନ କରୁଥିବା ଆପକୁ ପ୍ଲେ ଷ୍ଟୋରରୁ ଅପସାରଣ କରାଯାଇଛି। ଅନଲାଇନ୍ କାସିନୋ ବା ଅନିୟମିତ ଜୁଆ ଖେଳକୁ ସମର୍ଥନ କରୁ ନ ଥିବା ଗୁଗଲ କହିଛି। ଯାହା କ୍ରୀଡା ବେଟିଂକୁ ଅଗ୍ରାଧିକାର ଦେଇଥାଏ। ଏଥିରେ ସେସବୁ ଆପ୍ ମଧ୍ୟ ସାମିଲ ଅଛି ଯାହା ଗ୍ରାହକଙ୍କୁ ବାହ୍ୟ ଓ୍ବେବସାଇଟକୁ ନେଇଥାଏ। ଯାହା ସେମାନଙ୍କୁ ନଗଦ ଟଙ୍କା, ନଗଦ ପୁରସ୍କାର ଜିତିବା ପାଇଁ ପେଡ୍ ଟୁର୍ନାମେଣ୍ଟରେ ସାମିଲ ହେବାକୁ ଅନୁମତି ଦିଏ ବୋଲି କହିଛି ଗୁଗଲ।

ତେବେ ଏଯାଏଁ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ଯେଉଁଥିପାଇଁ ଏହା ଗଗୁଲ ପ୍ଲେ-ଷ୍ଟୋରରୁ ଗାଏବ ହୋଇଛି। ଅବଶ୍ୟ ଆପଲ ଷ୍ଟୋରରେ ପେଟିଏମ ଡାଉନଲୋଡ୍ ସୁବିଧା ଉପଲବ୍ଧ ରହିଛି।

   Related Posts