Android ୟୁଜର୍ସଙ୍କ ପାଇଁ ଖୁସି : ଖବର ଏଣିକି ଫୋନରେ ଲୁଚାଇ ପାରିବେ ଫଟୋ ଓ ଭିଡିଓ, ଗୁଗୁଲ୍ ଲଞ୍ଚ କରିବ ଯାଉଛି ଏହି ଫିଚର୍ସ

Published By : Prameya-News7 Bureau | September 25, 2021 IST

ନୁଆଦିଲ୍ଲୀ ୨୫/୦୯: ଖୁବ୍‌ ଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସରେ ଲକଡ୍ ଫୋଲ୍ଡର ଇନ ଫଟୋଜ୍ ଫିଚର୍ ଉପଲବ୍ଧ ହେବ । ଏନେଇ ଗୁଗଲ ତରଫରୁ ଘୋଷଣା କରାଯାଇଛି । ରିପୋର୍ଟ ମୁତାବକ, ଏହି ଫିଚର ଗତ ଜୁନ ମାସରେ ନୂଆ ପିକ୍ସଲ ବା ଆଣ୍ଡ୍ରଏଡ୍‌ ଫୋନରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା । ତେବେ ସମସ୍ତ ସ୍ମାର୍ଟଫୋନରେ ଏହି ଫିଚର ଉପଲବ୍ଧ କେବେ ହେବ ସେ ନେଇ ଗୁଗଲ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଫଟୋକୁ ଲକ୍‌ କରିପାରୁଥିବା ଫୋଲ୍ଡର ଖୁବଶୀଘ୍ର ଆଣ୍ଡ୍ରଏଡ ୬.୦ ଓ ଏହାପରେ ଏହି ଭର୍ସନ ଚଳାଉଥିବା ଡିଭାଇସରେ ଉପଲବ୍ଧ ହେବ ।

ସାଧାରଣତଃ ଗୁଗୁଲ ଫଟୋ ଲକ୍‌ ଆପ୍‌ ମାଧ୍ୟମରେ ଆପଣ ନିଜର ଫଟୋ, ଭିଡିଓକୁ ଲକ୍ କରି ଲୁଚାଇ ପାରିବେ । ଏହି ଫଟୋଗୁଡ଼ିକୁ ବ୍ୟାକଅପ୍ ବା ସେୟାର କରାଯାଇ ପାରିବ ନାହିଁ । ଏହାକୁ ଆକ୍ସେସ୍ କରିବା ପାଇଁ ଡିଭାଇସ୍ ସ୍କ୍ରିନ୍ ଲକର ଆବଶ୍ୟକ ହୋଇଥାଏ । ସୁରକ୍ଷିତ ସ୍ଥାନରେ ଥିଲେ ମଧ୍ୟ ସ୍କ୍ରିନସଟ୍ ନେବାର ଅନୁମତି ମଧ୍ୟ ନଥାଏ । ଫୋଲ୍ଡରକୁ ଲକ କରିବା ପାଇଁ ସର୍ବପ୍ରଥମେ ଲାଇବ୍ରେରୀକୁ ଯିବାକୁ ପଡିବ । ଏହାପରେ ୟୁଟିଲିଟିକୁ ଯାଇ ଗୁଗଲ ଫଟୋ ଆପରେ ଆପ ଲକ ଫୋଲ୍ଡର ବାଛି ପାରିବେ । ଏହା ବ୍ୟତୀତ ଯେ କୌଣସି ଫଟୋକୁ ହାଇଡ୍ କରିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର ଆପ ଆଣ୍ଡ୍ରଏଡ୍ ଫୋନ୍‌ର ପ୍ଲେ ଷ୍ଟୋରରେ ମିଳିଯାଉଛି । ମାତ୍ର ଏ କ୍ଷେତ୍ରରେ ଫଟୋ ଷ୍ଟୋର ପାଇଁ ଆପଣଙ୍କୁ ଅନେକ ପରମିଶନ ଦେବାକୁ ପଡ଼ିଥାଏ, ଯାହାକି ବହୁତ ବିପଦ ସାବ୍ୟସ୍ତ ହୋଇଥାଏ । ଏହି ଆପଗୁଡ଼ିକରେ ପ୍ରାଇଭେସି ଉପରେ ଭରସା କରିପାରିବେ ନାହିଁ । କାରଣ ଏହାରି ମାଧ୍ୟମରେ ଅନେକ ତଥ୍ୟ ଚୋରି ହୋଇ ଥାଏ । କିନ୍ତୁ ଏବେ ଆପଣଙ୍କୁ ଗୁଗଲର ଏହି ନୂଆ ଫିଚର ଆସିବା ନେଇ ଅପେକ୍ଷା କରିବାକୁ ପଡ଼ିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.