Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଆପଲ୍‌ ଆପ୍‌ ଷ୍ଟୋରରୁ ହଟିଲା Google Pay, ଜାଣନ୍ତୁ କ’ଣ ଏହାର କାରଣ

27/10/2020 at 12:40 PM

ନୂଆଦିଲ୍ଲୀ ୨୭/୧୦: ଆଇ-ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ଅସ୍ଥାୟୀ ଭାବେ ଗୁଗଲ ପ୍ଲେ-ଷ୍ଟୋରରୁ ଗୁଗଲ ପେ’କୁ ହଟାଇ ଦେଇଛି। ଅର୍ଥାତ ଇନଷ୍ଟାଣ୍ଟ ପେମେଣ୍ଟ ଆପ୍ ପାଇଁ ଲୋକପ୍ରିୟ ଆପ୍ ଗୁଗଲ ପେ’କୁ ଆପଲ ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି। ଆଇଓଏସ ୟୁଜର ଅର୍ଥାତ ଆଇଫୋନ ବ୍ୟବହାରକାରୀଙ୍କ ପକ୍ଷରୁ କ୍ରମାଗତ ଅଭିଯୋଗ ଆସୁଥିଲା ଯେ ଯେତେବେ​‌ଳେ ଗୁଗଲ ପ୍ଲେ ଷ୍ଟୋରରୁ ଟ୍ରାନଜାକ୍ସନ କରାଯାଏ, ସେତେବେଳେ ବାରମ୍ବାର ପେମେଣ୍ଟ ଏରର  ଓ ଫେଲୟୋର ନୋଟିଫିକେସନ୍ ଦେଖାଏ। ଏ କାରଣ ଯୋଗୁ ଗୁଗଲ ଆପ୍‌ ଷ୍ଟୋରରୁ ଗୁଗଲ ପେ’କୁ ହଟାଇ ଦେଲା। ତେବେ ଅସ୍ଥାୟୀ ଭାବେ ଏହାକୁ ହଟା ଯାଇଛି। ଯେତେବେଳେ ଗୁଗଲ ପେ’ ସହ ଜଡ଼ିତ ଟେକ୍ନିକ ତଥା ଅନ୍ୟ ସମସ୍ୟା ସମାଧାନ ହୋଇଯିବ ଏହାକୁ ପୁଣିଥିରେ ଆପଲ ପ୍ଲେ ଷ୍ଟୋରରୁ ଉପଲବ୍ଦ କରାଯିବ। ଏହା ସହ ୟୁଜର ଏହାକୁ ପୁଣି ଥିରେ ବ୍ୟବହାର କରିପାରିବେ।

ତେବେ ଗୁଗଲ ପେ’କୁ ଆପଲ ଆପ୍ ଷ୍ଟୋରରୁ କିଛି ସମୟ ପାଇଁ ହଟାଇ ଦିଆଯାଇଛି। ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଏହା ଏବେ ବି ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। କେବଳ ଏତିକି ନୁହେଁ ଆଣ୍ଡଏଡ ୟୁଜରଙ୍କୁ ଏହି ଆପ ବ୍ୟବହାରରେ କୌଣସି ସମସ୍ୟା ନାହିଁ।

ଗୁଗଲ କିନ୍ତୁ ଏକଥା ସ୍ପଷ୍ଟ କରି ନାହିଁ ଆଇଫୋନ ୟୁଜର ଏହାକୁ ପୁଣି ଥରେ କେ​‌ବେ ଇନଷ୍ଟଲ କରିପାରିବେ। କୁହାଯାଉଛି ଖୁବଶୀଘ୍ର ଏହାର ସମାଧାନ ଗୁଗଲ କରିବ। ତେବେ ବେ​‌ଳେ ବେଳେ ସପ୍ଟଓ୍ବେୟାର ଅସୁବିଧା ଯୋଗୁ ଆପ ଠିକ୍ ଭାବେ କାମ କରି ନ ଥାଏ। ଏଭଳି ସମସ୍ୟା ଯୋଗୁ କିଛି ସମୟ ପାଇଁ ଗୁଗଲରୁ ଆପ ହଟାଇବାକୁ କୁହାଯାଏ। ପୁଣି ସମସ୍ୟା ସମାଧାନ ପରେ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଥାଏ।

   Related Posts