Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

Google Pay ଏବେ ଟାପ୍-ଟୁ-ପେ’ ଫିଚରକୁ କରିବ ସପୋର୍ଟ, ଜାଣନ୍ତୁ ଏହାର ସୁବିଧା ସମ୍ପର୍କରେ

22/09/2020 at 6:09 PM

ନୂଆଦିଲ୍ଲୀ ୨୨/୦୯: ଭାରତର ସବୁଠୁ ଲୋକପ୍ରିୟ ଡିଜିଟାଲ ପେମେଣ୍ଟ୍ ଆପ୍ ଗୁଗଲ ପେ’ (google pay)। ଏବେ ଏହି ଡିଜିଟାଲ ପେମେଣ୍ଟ୍ ଆପ୍‌ରେ ଏକ ନୂଆ ସୁବିଧା ମିଳିବ। ଗୁଗଲ ଘୋଷଣା କରିଛି ଭାରତରେ ଗୁଗଲ ପେ’ର ଟାପ-ଟୁ-ପେ’ ଫିଚର ଏବେ ଆକସିସ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା visa cardକୁ ସମର୍ଥନ କରିବ।

ଏହି ଫିଚରର ବ୍ୟବହାର ଏନଏଫସି ଇନବିଲ୍ଡ ପିଓଏସ ସହିତ କଣ୍ଟାକ୍ଟଲେସ୍ ପେମେଣ୍ଟ କରାଯାଇପାରିବ। ଏହି ଫିଚରର ବିଶେଷତ୍ବ ହେଉଛି ବିନା କାର୍ଡ ଡିଟେଲ୍ ସେୟାର କରାଯାଇ ଡିଜିଟାଲ ଟୋକନ ମାଧ୍ୟମରେ ପେମେଣ୍ଟ କରାଯିବ। କମ୍ପାନି ଅନୁସାରେ ଏ ନୂଆ ସୁବିଧାରୁ ଗୁଗଲ ପେ’ ୟୁଜର ୨.୫ ମିଲିଅନରୁ ଅଧିକ VISA ବ୍ୟାପାରୀ ଓ ୧.୫ ମିଲିଅନରୁ ଅଧିକ bharat Qr ଇନବିଲଡ ବ୍ୟବସାୟୀ କଣ୍ଟାକ୍ଟଲେସ୍ ପେମେଣ୍ଟ କରିପାରିବେ।

ତେବେ ଏବେ ଏ ଫିଚର କେବଳ ଆକସିସ୍ ବ୍ୟାଙ୍କ ଓ ଏସବିଆଇ ୟୁଜରଙ୍କ ପାଇଁ ଭିଜା କାର୍ଡ ୟୁଜରଙ୍କ ପାଇଁ ଉପଲବ୍ଧ। ମାତ୍ର ଖୁବଶୀଘ୍ର ଏହାକୁ ଅନ୍ୟ ବ୍ୟାଙ୍କରେ ସାମିଲ କରାଯାଇପାରେ। ଗ୍ରାହକଙ୍କୁ ସୁରକ୍ଷିତ ପେମେଣ୍ଟ କରିବା ପାଇଁ ଏହି ବ୍ୟବସ୍ଥା କରିଛି କମ୍ପାନି। ଟୋକନ ସୁବିଧା ଏବକା ସମୟରେ ଗ୍ରାହକଙ୍କୁ ସୁରକ୍ଷିତ ଭାବେ ନେଣଦେଣ କରିବାରେ ସାହାଯ୍ୟ କରିବ।

ଏହି ଫିଚର ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଗୁଗଲ ପେ’ରେ କାର୍ଡ ଡିଟେଲ ଦେଇ ଯୋଡିବାକୁ ହେବ। ଏହା ପରେ ସେଣ୍ଟିଂରେ ପେମେଣ୍ଟ ମେଥଡରେ ଯାଇ କାର୍ଡକୁ ଆଡ କରିବାକୁ ହେବ। ଏହାପରେ ଓଟିପି ଆସିବ। ତା’ପରେ କାର୍ଡ ଆକ୍ଟିଭ୍ ହୋଇଯିବ। ଏହା ପରେ ଏନଏଫସି ଇନବିଲ୍ଡ ଟର୍ମିନଲସରେ କଂଣ୍ଟାକ୍ଟ ଲେସ ପେମେଣ୍ଟ କରିବା ସହଜ ହେବ।

 

   Related Posts