Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ବିବାଦରେ ଗୁଗଲ : ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଥିବା ଗୁଗଲ ଅଧିକାରୀଙ୍କୁ ଗୁଗଲ ଦେଇଛି ୬୬୦ କୋଟି ଟଙ୍କା

26/10/2018 at 12:26 PM

ଆମେରିକାର ଏକ ଖବରକାଗଜ ନ୍ୟୁୟର୍କ ଟାଇମ୍ସ କହିବା ଅନୁଯାୟୀ, ୨୦୧୩ ମସିହାରେ ଏଣ୍ଡ୍ରଏଡ଼ର  ଜନକ କୁହାଯାଉଥିବା ଏଣ୍ଡି ରୁବିନଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଥିଲା | ଏହି ଆରୋପ ସତ୍ୱେ ଗୁଗଲ ଏଣ୍ଡି ରୁବିନଙ୍କୁ ସୁରକ୍ଷା ଦେଇଥିଲା ଏବଂ ଏକଜିଟ ପ୍ଲାନ ଅନୁସାରେ ତାଙ୍କୁ ୬୬୦ କୋଟି ଟଙ୍କା ମଧ୍ୟ ଦେଇଥିଲା | ଏନଆଇଟି କୋର୍ଟରେ ହୋଇଥିବା ଅଭିଯୋଗ ଏବଂ ଏକ ଇଣ୍ଟରଭିୟୁରେ କହିଥିଲେ ଯେ, ଏଣ୍ଡି ରୁବିନ ଆଉ ତିନି ଜଣ ବରିଷ୍ଠ ଅଧିକାରୀଙ୍କ ସହିତ ସାମିଲ ଅଛନ୍ତି ଯେଉଁମାନେ କିଛି ବର୍ଷ ପୂର୍ବରୁ ଯୌନ ଉତ୍ପୀଡ଼ନ ମାମଲାରେ ଜଡିତ ଥିଲେ |

ତେବେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏହି ରିପୋର୍ଟକୁ ଖାରଜ କରି କହିଛନ୍ତି ଯେ, ସେମାନେ ଯୌନ ଉତ୍ପୀଡ଼ନ ମାମଲାରେ ଗତ ୨ ବର୍ଷ ଭିତରେ ୪୮ ଜଣ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଦେଇଛନ୍ତି | ଯେଉଁଥିରେ ୧୩ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି | ଏଥିସହ ଅଭିଯୋଗ ଆସିଥିବା କର୍ମଚାରୀ ବା ଅଧିକାରୀଙ୍କୁ ଏକଜିଟ ପ୍ୟାକେଜ ଦିଆଯାଇନାହିଁ | ତେବେ ଏନଆଇଟିରେ ରିପୋର୍ଟରେ ଏଣ୍ଡି ରୁବିନଙ୍କ ନା ସ୍ପଷ୍ଟ ରୂପେ ଦିଆଯାଇନାହିଁ ବୋଲି କହିଛନ୍ତି ସୁନ୍ଦର ପିଚାଇ |

ସୁନ୍ଦର ପିଚାଇ ତାଙ୍କର ସମସ୍ତ କର୍ମଚାରୀମାନଙ୍କୁ ଏକ ଇ-ମେଲ ମଧ୍ୟ କରିଥିଲେ | ଏହି ଇ-ମେଲରେ ସେ ଲେଖିଥିଲେ ଯେ, “ଗତ କିଛି ବର୍ଷ ହେଲା ଆମେ ଆମ କାର୍ଯ୍ୟ ଶୈଳୀରେ ବହୁତ ଅଦଳ ବଦଳ କରିଛୁ | ଖରାପ ବ୍ୟବହାର କରୁଥିବା କର୍ମଚାରୀମାନଙ୍କ ଉପରେ କଡା ନଜର ମଧ୍ୟ ରଖାଯାଇଛି | କର୍ମକ୍ଷେତ୍ରରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗେଇ ଦେବାକୁ ଆମେ ଚେଷ୍ଟା ମଧ୍ୟ କରିଛୁ | ତେବେ ଯୌନ ଉତ୍ପୀଡ଼ନ ମାମଲାର ସମସ୍ତ ଯାଞ୍ଚ ହେଲା ପରେ ହିଁ ଆମେ କୌଣସି ପଦକ୍ଷେପ ନେବୁ ବୋଲି କହିଥିଲେ ସୁନ୍ଦର ପିଚାଇ |

ଏଣ୍ଡି ରୁବିନଙ୍କ ପ୍ରବକ୍ତା ସେମ ସିଙ୍ଗର ଏନଆଇଟିର ଅଭିଯୋଗକୁ ଅସ୍ବୀକାର କରିବା ସହ କହିଥିଲେ ଯେ, ଟେକ୍ନିକାଲ ମୁଖ୍ୟ ଏଣ୍ଡି ରୁବିନ ସ୍ୱଇଚ୍ଛାରେ ଗୁଗଲ ଛାଡିଛନ୍ତି | ସେ ତାଙ୍କର ନିଜର ଏକ କମ୍ପାନୀ ଆରମ୍ଭ କରିବାକୁ ଯାଉଛନ୍ତି | ଏଣ୍ଡି ରୁବିନଙ୍କ କହିଛନ୍ତି ଯେ, ହୋଟେଲ ରୁମରେ ସେ କୌଣସି ମହିଳାଙ୍କୁ ଅସଦାଚରଣ ଉଦ୍ୟମ ବି କରିନାହାନ୍ତି |  ଏହି ସବୁ ଆଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି |  ସେ କହିଛନ୍ତି ଏହି ସବୁ ଅଭିଯୋଗ ବିବାହ ବିଚଚ୍ଛେଦ ପାଇଁ ତାଙ୍କ ପୂର୍ବତନ ପତ୍ନୀ ଉଠାଇଥିଲେ |

   Related Posts