Google Meet ସର୍ଭିସ୍ ଠପ୍, ସାରା ବିଶ୍ବରେ ସମସ୍ୟାର ସମ୍ମୁଖୀନ ହେଲେ ୟୁଜର୍ସ

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୫।୬: ଗୁଗୁଲର ଭିଡିଓ କନଫରେନ୍ସିଂ ସର୍ଭିସ୍ ଗୁଗୁଲ ମିଟ୍ ଭାରତ ସମେତ ବିଶ୍ବର ଅନେକ ସ୍ଥାନରେ ଠପ୍ ହୋଇଯାଇଛି । ଫଳରେ ୟୁଜର୍ସଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଗୁଗୁଲ୍ ମିଟ୍ ଶନିବାର ସକାଳଠାରୁ ଡାଉନ୍ ହୋଇଛି । ଯେଉଁଥି ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ୍ କରିପାରିନାହାନ୍ତି । ଏହା ବ୍ୟତୀତ ଲୋକମାନେ ଅଫିସ୍ ମିଟିଂରେ ସାମିଲ ହେବାରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗୁଗୁଲ୍ ମିଟ୍ ଠପ୍ ହେବା ନେଇ ଡାଉନଡିଟେକ୍ଟର ମଧ୍ୟ ସ୍ପଷ୍ଟ କରିଛି । ଡାଉନଡିଟେକ୍ଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗୁଗୁଲ୍ ମିଟ୍ ଜୁନ୍ ୫ ତାରିଖ ସକାଳ ୬ଟା ୪୨ରୁ ଡାଉନ୍ ହୋଇଛି । ରାତି ୧୦ଟା ସୁଦ୍ଧା ଡାଉନଡିଟେକ୍ଟରରେ ପ୍ରାୟ ୧୦୦୦ ଲୋକ ଏ ନେଇ ଅଭିଯୋଗ କରିଥିଲେ । ଗୁଗୁଲ୍ ମିଟ୍ ରେ ଏବେବି ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୬୩% ଲୋକ ମିଟିଂ ଜଏନ କରିନପାରିବା ନେଇ ଅଭିଯୋଗ କରିଥିବାବେଳେ ୨୦% ଲୋକ ଲଗ୍ ଇନ୍ କରିବାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହା ବ୍ୟତୀତ ୧୬% ଲୋକ ମିଟିଂ ଆରମ୍ଭ କରିବାରେ ସମସ୍ୟା ହୋଇଥିଲା । ଗୁଗୁଲ୍ ମିଟ୍ ଡାଉନ୍ ହେବା ଯୋଗୁଁ ସବୁଠୁ ବେଶୀ ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ, କୋଲକାତା, ଚଣ୍ଡିଗଡବାସୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.