Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଖବ୍‌ଶୀଘ୍ର YouTubeରୁ କରିପାରିବେ ସପିଂ ! ଫ୍ଲିପ୍‌କାର୍ଟ ଓ ଆମାଜନ୍‌କୁ ଦେବ ଟକ୍କର

10/10/2020 at 11:01 PM

ନୂଆଦିଲ୍ଲୀ ୧୦/୧୦: ବିଶ୍ବରେ ବହୁ ଲୋକପ୍ରିୟତା ହାସଲ କରିଥିବା ସପିଂ ଆପ୍‌ ପ୍ଲିପ୍‌କାର୍ଟ ଓ ଆମାଜନ୍‌କୁ ଟକ୍କର ଦେବାକୁ ଆସୁଛି ନୂଆ ଏକ ପ୍ଲଟ୍‌ଫର୍ମ । ଯେଉଁ ଆପ୍‌ ସାହାଯ୍ୟରେ ଆପଣ ମନପସନ୍ଦର ଜିନିଷ ସପିଂ କରିପାରିବେ। ତାହା ଆଉ କିଛି ନୁହେଁ ବିଶ୍ବରେ ବେଶ ଆଦୃତଲାଭ କରିଥିବା ଭିଡିଓ ଆପ୍‌ ‘ୟୁଟ୍ୟୁବ୍‌’ ।

‘ୟୁଟ୍ୟୁବ୍‌’ରେ ଆପଣ ଆଉ କେବଳ ଭିଡିଓ ଦେଖିବେନି ସପିଂ ବି କରିପାରିବେ। ଏବେ ‘ୟୁଟ୍ୟୁବ୍‌’ ସପିଂ ହବ୍‌ ହେବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ବିଶେଷ କରି କରୋନା କାଳରେ ଗୁଗୁଲକୁ ଭାରି କ୍ଷତି ସହିବାକୁ ପଡ଼ୁଛି। ଟ୍ରାଭେଲ୍‌ ଓ ଫିଜିକାଲ୍‌ ରିଟେଲ୍‌ ସେକ୍ଟରରେ କ୍ଷତି ସହୁଛି ଗୁଗୁଲ୍‌। ତେଣୁ ଏଭଳି ନୂଆ ଉପାୟ ଚିନ୍ତା କରିଛି କମ୍ପାନୀ। ଏହାର ପରିଣାମ ସୁରୂପ କମ୍ପାନୀ ପକ୍ଷରୁ ‘ୟୁଟ୍ୟୁବ୍‌’କୁ ବଡ଼ ସପିଂ ହବ୍‌ କରିବାକୁ ଯୋଜନା କରାଯାଇଛି। ଯାହାର ଫାଇଦା ୟୁଜର୍ସଙ୍କୁ ମିଳିବ। କାରଣ ଭିଡିଓ ଦେଖିବା ବେଳେ ୟୁଜର୍ସ ନିଜକୁ ପସନ୍ଦ ଲାଗୁଥିବା ପୋଷାକ ଓ ଅନ୍ୟ ସାମଗ୍ରୀ ସେହିଠାରେ ହିଁ କ୍ଲିକ୍‌ କରି ଅର୍ଡର କରିପାରିବେ।

ନିକଟରେ ଟିକ୍‌ଟକ୍‌ ଭଳି ‘ୟୁଟ୍ୟୁବ୍‌’ରେ ନୂଆ ଫିଚ୍‌ର ଆଡ୍ କରାଯାଇଛି। ସେହିଭଳି ଖୁବଶୀଘ୍ର ସପିଂ ପାଇଁ ଏକ ନୂଆ ଫିଚର୍‌ ଯୋଗ କରାଯିବ ବୋଲି ଜଣାପଡ଼ିଛି। କମ୍ପାନୀ ପ୍ରଡକ୍ଟଗୁଡ଼ିକର କ୍ୟାଟେଗୋରି ଭିଡିଓ ନୂଆ ପ୍ରକାରରେ ଆଡ୍‌ କରିବ। ଏଥିରେ ଅନେକ ସଂଖ୍ୟକ ପ୍ରଡକ୍ଟର ଳିଷ୍ଟ ଦିଆଯିବ ଓ ୟୁଜର୍ସଙ୍କ ଅର୍ଡର କ୍ରମେ ଏଗୁଡ଼ିକୁ ଡେଳିଭର କରାଯିବ।

‘ୟୁଟ୍ୟୁବ୍‌’ ପ୍ରବକ୍ତାଙ୍କ କହିବା ଅନୁଯାୟୀ, କମ୍ପାନୀ ପକ୍ଷରୁ ସପିଂ ଫିଚରର ଟେଷ୍ଟିଂ କରୁଛି। ଯେଉଁସବୁ ପ୍ରଡକ୍ଟ ବିକ୍ରି ପାଇଁ ଉପଲବ୍ଧ ହେବ ତା ଉପରେ ନିର୍ମାତାଙ୍କର ନିୟନ୍ତ୍ରଣ ରହିପାରିବ। ବିଶେଷ କରି ଏହାକୁ ଏକ ଟ୍ରାଏଲ୍‌ ରୂପେ କମ୍ପାନୀ ଦେଖୁଥିବା ସେ କହିଛନ୍ତି।

   Related Posts