Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁଗଲ୍ ମ୍ୟାପର ଅପଡେଟେଡ ଭର୍ସନ୍ : କେବଳ ଲୋକେସନ ନୁହେଁ ଏବେ ଦେବ ଆହୁରି ଉପଯୋଗୀ ସୂଚନା

3/08/2020 at 6:09 PM

ନୂଆଦିଲ୍ଲୀ ୩/୮: ଗୁଗଲ୍ ମ୍ୟାପ୍ ଏକ ଏପରି ଫିଚର ଲଞ୍ଚ କରିଛି ଯଦି ଆପର ନିଜ ଲୋକେସନ କାହା ସହ ସେୟାର କରିବେ ତେବେ ତାଙ୍କୁ ଆପଣଙ୍କ ବ୍ୟାଟେରି ଷ୍ଟାଟସ୍ ମଧ୍ୟ ଜଣା ପଡ଼ିଯିବ। ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଏହା ଜଣା ପଡ଼ିଯିବ ଯେ ଆପଣଙ୍କ ମୋବାଇଲରେ କେତେ ପର୍ସେଣ୍ଟ ବ୍ୟାଟେରୀ ରହିଛି।

ଏହି ନୂଆ ଫିଚର ବିଷୟରେ ଆଣ୍ଡଏଡ ପୁଲିସ୍ ଓ୍ବେବସାଇଟ୍ ଖୁଲାସା କରିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଫିଚର ଫୋନର ଲୋକେସନ ସହ ବ୍ୟାଟେରୀ ଲେବେଲ୍ ମଧ୍ୟ କହିବାର କାମ କରିବ।

ଯେତେବେଳେ ଆପଣ ଗୁଗଲ୍ ମ୍ୟାପ୍ ଆପ୍ଲିକେସନ୍ ଜରିଆରେ କାହା ସହ ନିଜ ଲୋକେସନ ସେୟାର କରିବେ ତେବେ ଏହା ଆପଣଙ୍କ ବନ୍ଧୁଙ୍କ ମ୍ୟାପ୍ ଲୋକେସନ ତ ଦେଖାଇବ ଏହା ସହିତ ଆପଣଙ୍କ ମୋବାଇଲରେ କେତେ ବ୍ୟାଟେରି ରହିଛି ତାହା ମଧ୍ୟ ଦେଖାଇବ। ଯଦି ଆପଣ ମୋବାଇଲ୍ ଚାର୍ଜିଂରେ ଲଗାଇ ରଖିଛନ୍ତି ତେବେ ଏହା ଜଣା ପଡ଼ିଯିବ ଯେ ଆପଣଙ୍କ ମୋବାଇଲ୍ ଚାର୍ଜିଂ ହେଉଛି।

ଗୁଗଲ୍ ମ୍ୟାପର ଏହି ଫିଚର ଦ୍ବାରା ଆପଣଙ୍କ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଏହା ଜଣା ପଡ଼ିଯିବ ଯେ ଆପଣ ତାଙ୍କ ପାଖକୁ ପହଞ୍ଚିବା ଯାଏଁ କଲ୍ ରିସିଭ କରି ପାରିବେ କି ନାହିଁ। ଆପଣଙ୍କ ପହଞ୍ଚିବା ଆଗରୁ ଆପଣଙ୍କ ଫୋନ୍ ବ୍ୟାଟେରୀ ସରିଯିବ କି ନାହିଁ ଜଣା ପଡ଼ିଯିବ।

ବର୍ତ୍ତମାନ ଏହି ଫିଚରକୁ ଭାରତରେ ଆରମ୍ଭ କରାଯାଇନାହିଁ। କିନ୍ତୁ ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର ଏହି ଫିଚରର ମଜା ଆପଣ ମଧ୍ୟ ଉଠାଇ ପାରିବେ।

   Related Posts