Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଗୁଗୁଲ ମ୍ୟାପ୍‌ରେ ଯୋଡିହେଲା ନୂଆ ଫିଚର, ଏବେ ଜାଣିହେବ ବିଭିନ୍ନ ଅଂଚଳ ପାଇଁ ଅଟୋ ଭଡାର ସୂଚନା

20/12/2018 at 4:21 PM

ନୂଆଦିଲ୍ଲୀ୨୦|୧୨: ଆଧୁନିକ ଯୁଗରେ ବିଜ୍ଞାନର ଉନ୍ନତି ଲୋକଙ୍କୁ ସବୁ ସୁବିଧା ପ୍ରଦାନ କରିଛି। ଲୋକମାନଙ୍କୁ କିଛି ପରିଶ୍ରମ କରିବାକୁ ପଡୁନି। ଆଜିକାଲି ଖାଇବା ଅର୍ଡର କରିବାଠୁ ନେଇ ବିଦ୍ୱୁତ୍ ଦେୟ ଯାଏଁ ସବୁ ସୁବିଧା ଫୋନରେ  ହେଉଛି।
 ଗୁଗୁଲ ମ୍ୟାପ୍ କ୍ରୀସମସ ଅବସରରେ ଲୋକଙ୍କୁ ଏକ ଉପହାର ଦେଇଛି। ଲୋକଙ୍କ ସୁବିଧା ପାଇଁ ନୂଆ ଫୀଚର ଆରମ୍ଭ କରିଛି। ଏବେ ଗୁଗୁଲ ମ୍ୟାପ ଦ୍ୱାରା ଓଟୋରିକ୍ସା ଭଡା ଜଣା ପଡିବ। ଏହି ସୁବିଧା ପାଇଁ ଗୁଗୁଲ ମ୍ୟାପରେ ‘ପବ୍ଲିକ ଟ୍ରାନ୍ସର୍ପୋଟ’ ମୋଡଫୀଚର ପ୍ରଚଳନ ହୋଇଛି।
ଏହି ଫୀଚର ଦ୍ୱାରା ସବୁ ସୁବିଧା ହୋଇପାରିବ। ଗନ୍ତବ୍ୟସ୍ତଳକୁ ପହଞ୍ଚିବା ପାଇଁ କେଉଁ ରାସ୍ତା ସଠିକ୍ ଓ ପାଖ ହେବ, ଗୁଗୁଲ ମ୍ୟାପରୁ ଜଣା ପଡିବ। ଏହି ଫୀଚରେର ଗୁଗୁଲ ମ୍ୟାପର କ୍ୟାବ ମୋଡରେ ମଧ୍ୟ ଫାଇଦା ଉଠା ଯାଇପାରିବ।  ଏହାର ଭଡା ଦର ଦିଲ୍ଲୀ ପୋଲିସ ଏବଂ କିଛି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଲାଗୁ କରାଯାଇଛି।


  ଗୁଗୁଲ ମ୍ୟାପର ପ୍ରଡକ୍ଟ ମ୍ୟାନେଜର ୱିଶାଲ ଦତ୍ତା ନିଜ ବୟାନରେ କହିଛନ୍ତି ଯେ “ ସାଧାରଣତଃ ଅଜଣା ରାସ୍ତାରେ ଯାତ୍ରିମାନଙ୍କଠୁ ଅଧିକ ଟଙ୍କା ନିଆଯାଏ”। ଲୋକମାନେ ଯଦି କୌଣସି ଜାଗାକୁ ପ୍ରଥମ ଥର ପାଇଁ ଯାଆନ୍ତି ତେବେ ଲମ୍ୱା ରାସ୍ତାରେ ଯିବାକୁ ପଡେ, କାରଣ ଏହି କ୍ଷେତ୍ରରେ ଡ୍ରାଇଭର ମାନଙ୍କୁ ଲାଭ ମିଳିଥାଏ।

 ଏହି ଗୁଗୁଲ ମ୍ୟାପ ଫୀଚର ସୁବିଧାରୁ ଏବେ ଯାତ୍ରିମାନେ ରିକ୍ସାର ଭଡା ଅନୁମାନ କରିପାରିବେ। ଏବେ ଦିଲ୍ଲୀରେ ଏହି ଗୁଗୁଲ ମ୍ୟାପର ସୁବିଧା ଆରମ୍ଭ ହୋଇଛି। ଗୁଗୁଲ ଅନ୍ୟ ସହରରେଏହି ଫୀଚରଟି କେବେଠୁ ଜାରି ହବା ବିଷୟରେ, କିଛି ଘୋଷଣା ହେଇନି । ଘୋଷଣା ହେଲେ ଗୁଗୁଲ ମ୍ୟାପ ଅପଡେଟ୍ କରିବାକୁ ପଡିବ।
 ଏବେ କିଛି ଦିନ ପୂର୍ବରୁ ରିଲୀଜ ହୋଇଥିବା ବଲିଉଡ ଚଳଚ୍ଚିତ୍ର “ଠଗ୍ସ ଅଫ ହିନ୍ଦୁସ୍ତାନ” ପାଇଁ ଗୁଗୁଲ ମ୍ୟାପ ଗୋଟେ ନୂଆ ଫୀଚର ଆରମ୍ଭ କରିଥିଲେ। ଚଳଚ୍ଚିତ୍ରରେ ଆମିର ଖାନ ଓ ଅମିତାଭ ବଚ୍ଚନଙ୍କୁ ପରଦାରେ ଦେଖିବାକୁ ମିଳିଥିଲା।ଫିଲ୍ମରେ ଆମିର ଖାନ ବିଦେଶୀଙ୍କ ଚରିତ୍ରରେ ଲୋକଙ୍କୁ ରାସ୍ତାର ଦିଗ ବୁଝଉଥିଲେ।

   Related Posts