ଗୁଗୁଲ ମ୍ୟାପ କେବଳ ରାସ୍ତା ଦେଖାଇବା କାମରେ ଲାଗେ ନାହିଁ, ଅନ୍ୟ କାମରେ ମଧ୍ୟ କରେ ସାହାଯ୍ୟ, ଜାଣନ୍ତୁ କଣ
29/10/2019 at 4:46 PM

ଇ-ୟୁଜର ଗୁଗୁଲ ମ୍ୟାପର ଉପଯୋଗ କରୁଥିବେ । ଏଣ୍ଡ୍ରୋଏଡ ଫୋନରେ ଏହା ପ୍ରଥମରୁ ଇନ୍ଷ୍ଟଲ ହୋଇଥାଏ। ଏହି ଆପ ମାଧ୍ୟମରେ ରାସ୍ତା ବିଷୟରେ ସବୁ ସୂଚନା ମିଳିଥାଏ। ଅଜଣା ବା ନୂଆ ସ୍ଥାନକୁ ଗଲେ ଗୁଗୁଲ ମ୍ୟାପ ସାହାଯ୍ୟରେ ସବୁ ସ୍ଥାନକୁ ଯାଇ ହେବ। ତେବେ ସଠିକ ରାସ୍ତା ଜାଣିବା ବ୍ୟତୀତ ଗୁଗୁଲ ମ୍ୟାପ ଅନ୍ୟ କାମରେ ମଧ୍ୟ ଆସିପାରେ।
ଗୁଗୁଲ ମ୍ୟାପ ଆପ ଗୁଗୁଲ ଦ୍ବାରା ତିଆରି କରାଯାଇଛି। ଏହି ଆପରେ ଗୁଗୁଲ ଦ୍ବାରା ଅନେକ ଫଚର୍ସ ଆଡ କରାଯାଇଛି। ଗୁଗୁଲ ମ୍ୟାପରେ ପାର୍କିଂ ଲୋକେସନ ସେଟ କରିବା ପାଇଁ ମଧ୍ୟ ଅପସନ ରହିଛି। ଗାଡି ପାର୍କ କରି ଭୁଲିଯାଇଥିଲେ ଗୁଗୁଲ ମ୍ୟାପ ଦ୍ବାରା ପାର୍କିଂ ସ୍ଥାନକୁ ଯାଇ ହେବ।

ଗାଡି ଚଲାଉଥିବା ସମୟରେ ୟୁଜର ମ୍ୟାପର ଉପଯୋଗ କରିବା ପାଇଁ ଭଏସ କମାଣ୍ଡର ବ୍ୟବହାର କରିହେବ। ମ୍ୟାପରେ ଅଫିସ ଓ ଘରର ଡିଫଲ୍ଟ ଲୋକେସନ ମଧ୍ୟ ସେଟ୍ କରିହେବ। ଏହା ଦ୍ବାରା ନାଭିଗେସନ ଶୀଘ୍ର ଆରମ୍ଭ ହୋଇଥାଏ।
ଏହାର ଫାଇଦା ହେଉଛି ଅଫିସରେ କାମ କରୁଥିବା ସମୟରେ ଘରକୁ ଯିବା ରାସ୍ତାର ଟ୍ରାଫିକ୍ ବିଷୟରେ ମ୍ୟାପ ସୂଚନା ଦେଇପାରିବ। ମଲ୍ଟିପୁଲ ଅପସନର ବ୍ୟବହାର କରି ଏକା ସହ ଅନେକ ଡେଷ୍ଟିନେସନକୁ ଯାଇହେବ।