ଡୁଡଲ ପ୍ରସ୍ତୁତ କରି କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ଗୁଗଲ, ଜାରି କଲା ଖାସ୍ ଭିଡିଓ

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୪: ଟେକ୍ନୋଲୋଜି କମ୍ପାନୀ ଗୁଗୁଲ୍ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି କରୋନା ଭାଇରସ୍ ସହ ଲଢୁଥିବା ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛି । କମ୍ପାନୀ କହିଛି ଯେ, ଯେଉଁମାନେ ସମାଜ ପ୍ରତି ଅବଦାନ ରଖିଛନ୍ତି ସେହି ମେଡିକାଲ କର୍ମଚାରୀ ଏବଂ ଡାକ୍ତରଙ୍କ ପାଇଁ ଏହି ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ ହୋଇଛି ।

କରୋନା ମୁକାବିଲା ପାଇଁ ବର୍ତ୍ତମାନ ଭାରତରେ ଲକ୍ ଡାଉନ୍ ଜାରି ରହିଛି । ଏଥି ସହିତ ସାଧାରଣ ଲୋକ ମଧ୍ୟ କରୋନାକୁ ପରାସ୍ତ କରିବାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ସେହିଭଳି ଗୁଗୁଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରିଛି । ଗୁଗୁଲର ଡୁଡଲ୍ ଉପରେ ଟ୍ୟାପ୍ କରିବା ମାତ୍ରେ ଆପଣ ଏଠାରେ ଭାଇରସ୍ ସମ୍ବନ୍ଧୀୟ ସମସ୍ତ ଖବର ଏବଂ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇପାରିବେ । ଏହା ବ୍ୟତୀତ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି ଯେଉଁଥିରେ ଡାକ୍ତରମାନେ କରୋନା ଭାଇରସ୍ ମୁକାବିଲା ପାଇଁ ଟିପ୍ସ ଦେଉଛନ୍ତି । ଅନ୍ୟପକ୍ଷରେ ଡାକ୍ତରମାନେ ଲୋକଙ୍କୁ ଲକ୍ ଡାଉନ୍ ରେ ଘର ଭିତରେ ରହିବାକୁ ନିବେଦନ କରିଛନ୍ତି ।

କରୋନା ଭାଇରସ୍ ବିସ୍ତାରକୁ ଦେଖି ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯାହା ଅପ୍ରେଲ ୧୪ରେ ଶେଷ ହେବ । ଅବଶ୍ୟ ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଆଗକୁ ବଢିପାରେ ବୋଲି ଜଣାପଡିଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି ।

ବର୍ତ୍ତମାନ ଭାରତରେ କରୋନା ଭାଇରସ୍ ଯୋଗୁଁ ୩୦୮ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୯୧୫୨ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ଏଥିସହିତ ଏପର୍ଯ୍ୟନ୍ତ ୮୫୬ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.