ଆପଲ୍‌-ସାମ୍‌ସଙ୍ଗ୍‌କୁ ଟକ୍କର ଦେବ ଗୁଗୁଲ, ଖୁବ୍‌ଶିଘ୍ର ଆଣିବ ସ୍ମାର୍ଟଫୋନ, ଯେଉଁଥିରେ ରହିବ ନିଜସ୍ୱ ପ୍ରୋସେସର ଏବଂ ଦମ୍‌ଦାର ଫିଚର, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

Published By : Prameya-News7 Bureau | September 07, 2021 IST

ନୂଆଦିଲ୍ଲୀ, ୦୭/୦୯: ସ୍ମାର୍ଟଫୋନ ଦୁନିଆରେ ଆପଲ ଓ ସାମସଙ୍ଗ କ୍ରମାଗତ ଭାବେ ହେଡଲାଇନରେ ରହି ଆସିଛି । ଏହି କମ୍ପାନି ଦ୍ଵୟକୁ କଡା ଟକ୍କର ଦେବାକୁ ବର୍ତ୍ତମାନ ଗୁଗୁଲ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଗୁଗୁଲ ପିକ୍ସେଲ ୬ ଓ ଗୁଗୁଲ ପିକ୍ସେଲ ୬ ପ୍ରୋ ସ୍ମାର୍ଟପୋନକୁ ଲଞ୍ଚ କରିବାକୁ ଯାଉଛି । ଏଗୁଡିକ କେବଳ ଯେ, ଏକାଧିକ କ୍ୟାମେରା ଏବଂ ଏକ ଆକର୍ଷଣୀୟ ଡିଜାଇନ ସହିତ ମିଳିବ ତାହା ନୁହେଁ ବରଂ ଏଥିରେ ଗୁଗୁଲର ନିଜସ୍ୱ ପ୍ରୋସେସର ମଧ୍ୟ ରହିବ ।

ଏହି ପ୍ରୋସେସରଟିକୁ ଗୁଗୁଲ ସମ୍ପୁର୍ଣ୍ଣ ଭାବେ ଡିଜାଇନ କରିଛି । ବର୍ଷବର୍ଷ ଧରି କମ୍ପାନି ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ଉପରେ ବିଶ୍ଵାସ କରିଆସିଛି । କମ୍ପାନୀ ଇତିହାସରେ ଏହା ପ୍ରଥମ ଥର ହେବ । ଯେଉଁଥିରେ ନିଜସ୍ଵ ସ୍ମାର୍ଟଫୋନରେ ନିଜେ ଡିଜାଇନ କରିଥିବା ଚିପସେଟ ରହିବ । ଗୁଗୁଲ ହାର୍ଡଓ୍ଵେରର ମୁଖ୍ୟ ରିକ୍ ଓଷ୍ଟରଲୋହ କହିଛନ୍ତି, ଏଥିରେ କୌଣସି ସନ୍ଦେହ କରିବାର ନାହିଁ କି ଯେ, ଆମେ ଏହି କ୍ଷେତ୍ରରେ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁଯାଉଛୁ । ନିଜର ପ୍ରୋସେସର ଡିଜାଇନ କରିବା ଅଭ୍ୟାସ ନୂଆ ନୁହେଁ । ଆପଲ ଆଇଫୋନ ତାର ଚତୁର୍ଥ ସିରିଜ ପରେ ନିଜ ମୋବାଇଲ ପାଇଁ ନିଜେ ଚିପ ଡିଜାଇନ କରୁଛି ।

ସାମସଙ୍ଗ୍‌ର ବିଦେଶରେ ବିକ୍ରି ହେଉଥିବା ଫୋନ ଏବଂ ଟାବଲେଟରେ କମ୍ପାନୀ ନିଜସ୍ୱ ପ୍ରୋସେସର ବ୍ୟବହାର କରୁଛି । ଗୁଗୁଲ ନିଜର ପାର୍ଟନର କ୍ଵାଲକମର ଚିପ୍‌କୁ ବ୍ୟବହାର କରିବା ପରିବର୍ତ୍ତେ ନିଜର ଚିପ୍ ଡିଜାଇନ କରୁଛି । ଓଷ୍ଟରଲୋହ କହିଛନ୍ତି, ଏହି ନୂଆ ଚିପଟି ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ଉପରେ ନିର୍ଭର କରୁଥିବାରୁ ଏହାର ନୂଆ ବ୍ୟବହାରକାରିଙ୍କୁ ଅନେକ ସାହାଯ୍ୟ କରିବ ବୋଲି ସେ ଆଶା କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଏହି ଚିପ ନିର୍ମାଣର ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅଂଶ । ଏନଏସଓ ପରି ସଂଗଠନ ଗୁଡିକର ସ୍ପାଏଓ୍ଵେୟାର ଵିରୋଧରେ ଏହି ଚିପଟି ଆନଡ୍ରଏଡକୁ ଅଧିକ ସରଳ ଭାବେ ପ୍ରଦର୍ଶିତ କରିବାରେ ସାହାଯ୍ୟ କରିବ କି ନାହିଁ ସେ ନେଇ ଆଗକୁ ଜଣାପଡ଼ିବ ବୋଲି ସେ କହିଛନ୍ତି । ଏହି ଫୋନ୍‌ରେ ଭଲ ଫଟୋ ଉଠିବା ସହିତ ଚିପ୍ ବ୍ୟକ୍ତିଙ୍କ ସ୍ଵରକୁ ଅଧିକ ଶିଘ୍ର ଏବଂ ସଠିକ୍ ଭାବରେ ଚିହ୍ନିବାରେ ସାହାଯ୍ୟ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.