ଆଣ୍ଡ୍ରଏଡ ଟିଭି ପାଇଁ ଗୁଗଲ୍ ଜାରି କଲା ଡାଟା ସେଭର ଫିଚର : ପୂର୍ବ ଅପେକ୍ଷା ୩ଗୁଣ ଅଧିକ କଣ୍ଟେଣ୍ଟ ଦେଖିପାରିବେ ଦର୍ଶକ

Published By : Prameya-News7 Bureau | September 18, 2019 IST

 ନୂଆଦିଲ୍ଲୀ ୧୮/୯: ଭାରତରେ ସ୍ମାର୍ଟ ଟିଭିର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେପଟେ ଅନଲାଇନ୍ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମର ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଲଗାତାରଭାବେ ବୃଦ୍ଧି ପାଉଛି। ଏହାକୁ ଧ୍ୟାନରେ ରଖି ଗୁଗଲ୍ ଆଣ୍ଡ୍ରଏଡ ଟିଭି ପାଇଁ ଡାଟା ସେଭର ଫିଚର ଜାରି କରି ଦେଇଛି। ନୂଆ ଫିଚର ବ୍ୟବହାର କରିବା ଦ୍ବାରା ଗ୍ରାହକ ନିଜ ଡାଟା ପୂର୍ବ ତୁଳନାରେ ୩ଗୁଣ ଅଧିକ କଣ୍ଟେଣ୍ଟ ଦେଖି ପାରିବେ।

୧. ନୂଆ ଡାଟା ସେଭର ଫିଚର ଜରିଆରେ ୟୁଜର ଆଗ ଅପେକ୍ଷା ସମାନ ଡାଟାରେ ୩ଗୁଣ ଅଧିକ କଣ୍ଟେଣ୍ଟ ଦେଖି ପାରିବେ। ଏହା ଖାସ୍ କରି ସେହି ସମୟରେ କାମ କରିବ ଯେତେବେଳେ ଆଣ୍ଡ୍ରଏଡ ଟିଭି ,ଡୋଙ୍ଗଲ୍ କିମ୍ବା ହଟସ୍ପଟ୍ ଜରିଆରେ ସ୍ମାର୍ଟଫୋନ୍ ଇଣ୍ଟରନେଟ୍ ସହ କନେକ୍ଟ ହେବ।

୨. ଭାରତୀୟଙ୍କ ଘରେ ଓ୍ବାଇ-ଫାଇ କନେକ୍ସନ ରହିବା ଜରୁରୀ ନୁହେଁ। ଏପରି ପରିସ୍ଥିତିରେ ନୂଆ ଡାଟା ସେଭର ଫିଚର ଆଣ୍ଡ୍ରଏଡ ଟିଭି ୟୁଜରଙ୍କୁ ଅତି ସହଜରେ କଣ୍ଟେଣ୍ଟ ଦେଖିବାର ସୁବିଧା ପ୍ରଦାନ କରିଥାଏ।  

୩. ଗୁଗଲ୍ ଏହା ବ୍ୟତୀତ ଡାଟା ଆଲର୍ଟ,ହଟସ୍ପଟ୍ ଗାଇଡ ଏବଂ କାଷ୍ଟ ଫର୍ ଗୁଗଲ୍ ଫାଇଲ୍ ଆପ୍ ଭଳି ଫିଚର୍ସ ଜାରି କରିଛି। ଡାଟା ଆଲର୍ଟ ସାହାଯ୍ୟରେ ଆଣ୍ଡ୍ରଏଡ ଟିଭି ୟୁଜର ଡାଟାର ବ୍ୟବହାରକୁ ମନିଟର କରି ପାରିବ। ହଟସ୍ପଟ ଟିଭି ଗାଇଡକୁ ମୋବାଇଲ୍ ହଟସ୍ପଟ୍ କନେକ୍ସନ୍ ସ୍ଥାପନ କରିବାରେ ସାହାଯ୍ୟ କରିବ ଏବଂ କାଷ୍ଟ ଫର କୁଗଲ ଫାଇଲ୍ ଫିଚର ସାହାଯ୍ୟରେ ୟୁଜର ବିନା ମୋବାଇଲ ଡାଟାରେ ଟିଭିରେ ଡାଉନଲୋଡ ମିଡିଆ ଫାଇଲକୁ କାଷ୍ଟ କରି ପାରିବେ।

୪. ପ୍ରଥମେ ଗୁଗଲ୍ ଏହି ଫିଚରକୁ ଫ୍ଲିପକାର୍ଟରେ ଥିବା ଶାଓମି,ଟିସିଏଲ ଏବଂ ମାରକ୍ୟୁର ସ୍ମାର୍ଟ ଟିଭି ପାଇଁ ଜାରି କରିଥିଲା। କିଛି ଦିନ ପରେ ଏହାକୁ ବିଶ୍ବସ୍ତରରେ ଲଞ୍ଚ କରାଯିବ। ଗତ ସୋମବାର ଭାରତରେ ଲଞ୍ଚ ହୋଇଥିବା ଶାଓମିର ନୂଆ ଏମଆଇ ଟିଭି ୪ଏକ୍ସ ଏବଂ ଏମଆଇ ଟିଭି ୪ଏ ପ୍ରଥମ ମଡେଲ୍ ଯେଉଁଥିରେ ଏହି ଫିଚର୍ସ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.