ନୂଆଦିଲ୍ଲୀ ୧୮/୪: ଗୁଗଲ୍ ଏବେ ଆପଣଙ୍କ ପାଇଁ ନିଜ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଡେବିଟ୍ କାର୍ଡ଼ ଆଣିବାକୁ ଯାଉଛି ଯାହା ଜରିଆରେ ଗ୍ରାହକ ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋରରେ ସହଜରେ ପେମେଣ୍ଟ କରି ପାରିବେ। ଏହି ଡେବିଟ୍ କାର୍ଡ଼ ଜରିଆରେ କମ୍ପାନୀ ନିଜ ଗୁଗଲ୍ ପେ ସିଷ୍ଟମକୁ ପୂର୍ବରୁ ଅଧିକ ମଜବୁତ୍ କରିବା ଉପରେ କାମ କରୁଛି।
{"id":256302,"sizeSlug":"large"}ଗୁଗଲ୍ ଏହି ଫିଜିକାଲ୍ ଡେବିଟ୍ କାର୍ଡ଼କୁ ନେଇ ଗୁଗଲ୍ ବ୍ୟାଙ୍କସ୍ ସହ ପାର୍ଟନରଶିପ୍ କରିବ ଏବଂ ଏହା ଦ୍ବାରା ସହଜରେ ଭିସା କାର୍ଡ଼ ଏବଂ ମାଷ୍ଟରକାର୍ଡ଼ ଭଳି ପେମେଣ୍ଟ କରାଯାଇପାରିବ।
{"id":256306,"sizeSlug":"large"}ଗୁଗଲ୍ କାର୍ଡ଼ ଫିଜିକାଲ୍ ଡେବିଟ୍ କାର୍ଡ଼ ଭଳି କାମ କରିବ। ସେହିପରି ଭାରଚୁଆଲି ମଧ୍ୟ ଏହାର ନମ୍ବରର ଉପଯୋଗ କରି ଆପଣ ପେମେଣ୍ଟ କରି ପାରିବେ। ଏହିପରି ୟୁଜର୍ସଙ୍କୁ ବହୁତ କାର୍ଡ଼ ନିଜ ପାଖରେ ରଖିବାର ଆବଶ୍ୟକତା ପଡ଼ିବ ନାହିଁ।
{"id":256307,"sizeSlug":"large"}