ବିଚକ୍ଷଣ ବୁଦ୍ଧି ଆଗରେ ହାର୍ ମାନିଛି ବୟସ: APPs Boy ଭେଙ୍କଟଙ୍କୁ ଅଫର ଦେଲା Google

Published By : Prameya-News7 Bureau | February 03, 2020 IST

ବଲାଙ୍ଗୀର୩/୨: ବୟସ ମାତ୍ର ୬ ବର୍ଷ । କିନ୍ତୁ ବିଚକ୍ଷଣ ବୁଦ୍ଧି ଆଗରେ ହାର୍ ମାନିଛି ବୟସ । ଏତେ କମ୍ ବୟସରେ ୧୫୦ରୁ ଅଧିକ ଆପ୍ସ ତିଆରି କରି ରେକର୍ଡ କରିଥିବା ଭେଙ୍କେଟ୍ ଏବେ ଗ୍ୟାସ୍ ଲିକେଜ୍ ସେଫ୍ଟି ଆଲାମ୍ ମେସିନ୍ ତିଆରି କରି  ପୁଣି ଆଉ ଏକ ରେକର୍ଡ କରିଛନ୍ତି ।

{"id":219629,"sizeSlug":"large"}

ଗୁଗୁଲ ଯିବେ ଆପ୍ସ ବୟ। ଆମେ କହୁଛୁ ବଲାଙ୍ଗୀର ସହରର ସେହି ୬ ବର୍ଷ ବାଳକ ଭେଙ୍କଟ ରମଣ ପଟ୍ଟନାୟକଙ୍କ କଥା । ୧୫୦ ଟି ଆପ୍ସ ତିଆରି କରି ଚର୍ଚ୍ଚାକୁ ଆସିଥିବା ଭେଙ୍କେଟ୍ ଏବେ ପୁଣି ଥରେ ଚର୍ଚ୍ଚାରେ । କାରଣ ସେହି ଆପ୍ସ ଆଜି ତାଙ୍କୁ ଗୁଗୁଲକୁ ପଠାଇଛି । ଲେଟ୍ସ ରିଓ୍ବାର୍ଡ କିଡ୍ସ  ନାମକ ଏକ ଆପ୍ସ ତିଆରି କରିଥିଲେ ଭେଙ୍କେଟ୍ । ଯାହା ଗୁଗୁଲ ଓ ପ୍ଲେଷ୍ଟୋରରେ ସ୍ଥାନ ପାଇବା ପରେ ଗୁଗୁଲ କମ୍ପାନୀ ଭେଙ୍କଟଙ୍କୁ ଟେଲେଣ୍ଟ ଦେଖାଇବାକୁ ଦେଇଛି ସୁଯେ।ଗ । ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଆମେରିକା ଗୁଗୁଲ ହେଡ କ୍ବାଟର ସିଲିକନ ଭେଲ୍ଲି କାର୍ଲ୍ଲିଫୋନିଆ ସେନ ଫେନସିଶକୋ ଯିବେ ଭେଙ୍କଟ। ଇଞ୍ଜିନିୟରଙ୍କ ସହ ତାଙ୍କର ସାକ୍ଷାତକାର ପରେ କିଛି ନୂଆ ପ୍ରୋଗ୍ରାମକୁ ମଧ୍ୟ ପେଜେଣ୍ଟ କରିବେ ।ତେବେ କୁନି ଭେଙ୍କେଟର ପ୍ରତିଭା ଯେ।ଗୁଁ ଗର୍ବିତ ବେ।ଲି କହିଛନ୍ତି ତାଙ୍କ ମା’ ।

{"id":219630,"sizeSlug":"large"}

ଏହି ୬ ବର୍ଷର ପିଲା ପାଖରେ ରହିଛି ଅଦଭୁତ ପ୍ରତିଭା । ନିକଟରେ ଗ୍ୟାସ୍ ଲିକ୍ ଆଲାମ ତିଆରି କରି ଆଉ ଏକ ରେକର୍ଡ ଯେ।ଡିଛନ୍ତି ନିଜ ନାଁରେ । ଗ୍ୟାସ୍ ଲିକେଜ ସେପ୍ଟି ଆଲାରାମ ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ମେଡାଲ ମଧ ପାଇଛନ୍ତି । ତେବେ ଆଗାମୀ ଦିନରେ ନୂଆ ନୂଆ ଉଦ୍ଭାବନ କରି ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ଭେଙ୍କେଟ୍ ।

{"id":219631,"sizeSlug":"large"}

ମାତ୍ର ୬ ବର୍ଷ ବୟସ ରେ ଭେଙ୍କେଟଙ୍କ ଟ୍ୟାଲେଣ୍ଟ ପାଇଁ କେବଳ ତାଙ୍କ ବାପା ମା’ ନୁହନ୍ତି , ସମଗ୍ର ଜିଲ୍ଲା ଗର୍ବିତ। ଆଗକୁ ଆହୁରି ନାଁ କରନ୍ତୁ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣନ୍ତୁ ଏତିକି କାମନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.